ଓଡିଆନ୍ ନ୍ୟୁଜ

32

ଆର୍ଥିକ ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଆଉ ଏକ ପଦକ୍ଷେପ

Team Odian News |

ନୂଆଦିଲ୍ଲୀ: ଆର୍ଥିକ ସଂକଟର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଯଦି କୌଣସି MSME ଋଣ ପରିଶୋଧରେ ଖିଲାପ କରିଛନ୍ତି, ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ଋଣକୁ NPA ଘୋଷଣା ନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୁଖ୍ୟମାନଙ୍କ ସହିତ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି।

ଏ ସଂପର୍କରେ ଆଗରୁ ରିଜର୍ଭ ବ୍ୟାଙ୍କ୍ ଏକ ସର୍କୁଲାର ମଧ୍ୟ ଜାରି କରିଛି। ଏହି ନିର୍ଦ୍ଦେଶକୁ ମାନିବାକୁ ଏବଂ MSME ଗୁଡ଼ିକ ସହିତ ଋଣ ପରିଶୋଧ ନେଇ ଆଲୋଚନା କରିବାକୁ ନିର୍ମଳା ସୀତାରମଣ କହିଛନ୍ତି। ଏହା ସହିତ କେତେକ NBFCକୁ ଚିହ୍ନଟ କରି ପୁଞ୍ଜି ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି, ଯାହା ଫଳରେ କି ଏହି NBFCଗୁଡ଼ିକୁ ଋଣ ଦେଇପାରିବେ। ଏହା ଫଳରେ ମାର୍କେଟରେ ପୁଂଜିର ଅଭାବ ରହିବ ନାହିଁ ଏବଂ କାରବାର ବୃଦ୍ଧି ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।