ଓଡିଆନ୍ ନ୍ୟୁଜ

30

.ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍ଉଦ୍‌ଘାଟିତ

Team Odian News |

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ଉଦ୍‌ଘାଟିତ ହୋଇଛି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍। ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏଡିଟୋରିଆଲ୍ ଡାଇରେକଟର୍ ପ୍ରଭୁ ଚାୱଲା କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଦେଶର ବିଭିନ୍ନ ଭାଷା ଓ ଭାଷା ଭିତ୍ତିକ ସଂସ୍କୃତି ଉପରେ ଆଲୋଚନା ହୋଇଥିଲା।ମୁଖ୍ୟତଃ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ଲୋକଙ୍କ ନିକଟରେ ଏହା କିପରି ଅଧିକରୁ ଅଧିକ ପହଞ୍ଚିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ଏବଂ ବରିଷ୍ଠ କବି ଜୟନ୍ତ ମହାପାତ୍ର।