ଓଡିଆନ୍ ନ୍ୟୁଜ

51

‘ହାଓଡି ମୋଦୀ’ରେ ଜାତୀୟ ସଙ୍ଗୀତ ଗାଇବେ ୧୬ ବର୍ଷିୟ ବାଳକ

Team Odian News |

ହଷ୍ଟନ୍‌:  ଜଣେ ଭାରତୀୟ ବଂଶୋଦ୍ଭବ ୧୬ ବର୍ଷିୟ ବାଳକ ଆଜି ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାଇବେ। ସ୍ପର୍ଶ ଶାହା ନାମକ ସେ ବାଳକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଉଚ୍ଛନ୍ନ ହେଉଛନ୍ତି ବୋଲି ଜଣାପଡ଼ିଛି।ସର୍ବଦା ହୁଇଲ୍‌ଚେୟାର୍‌ରେ ବସି ରହୁଥିବା ସେ ବାଳକର ସୃଜନଶୀଳତାକୁ ସେ ହାଡ଼ଭଙ୍ଗା ରୋଗ ପ୍ରତିରୋଧ କରି ପାରିନାହିଁ। ଯୁକ୍ତରାଷ୍ଟ୍ର ଆମେରିକାର ନିଉଜର୍ସି ବାସିନ୍ଦା ସ୍ପର୍ଶ ଏକାଧାରରେ ଜଣେ ରାପର୍‌, ଗାୟକ ଓ ଗୀତିକାର ଏବଂ ପ୍ରେରଣାଦାୟୀ ବକ୍ତା।ଷୋହଳ ବର୍ଷ ଭିତରେ ତାଙ୍କର ୧୩୦ରୁ ଅଧିକ ହାଡ଼ ଭାଙ୍ଗିଗଲାଣି। ପରବର୍ତ୍ତୀ ‘ଏମିନେମ୍‌’ ହୋଇ କୋଟିଏ ଲୋକଙ୍କ ସାମ୍ନାରେ ଗୀତ ଗାଇବାକୁ ତାଙ୍କର ଇଚ୍ଛା।