ଓଡିଆନ୍ ନ୍ୟୁଜ

29

ରାଜନୀତିରେ ଯୋଗ ଦେବେ ଆଥ୍‌ଲେଟ ଦୂତି ଚାନ୍ଦ୍।

Team Odian News |

ଭୁବନେଶ୍ୱର: ରାଜନୀତିରେ ଯୋଗ ଦେବେ ଆଥ୍‌ଲେଟ ଦୂତି ଚାନ୍ଦ୍। ଦୂତି ଆଜି କରିଥିବା ଏକ ଟୁଇଟ୍‌ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଏହି ଟୁଇଟ୍‌ରେ ଦୂତି ଲେଖିଛନ୍ତି ଯେ ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ଇଛା ଥିଲା। ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ବୋଲି ଦୂତି ଲେଖିଛନ୍ତି। ଏପରିକି ତାଙ୍କ ମାଆ ଗାଁରେ ସରପଞ୍ଚ ରହିଥିବା କଥା ସେ ଟୁଇଟରେ ଉଲ୍କେଖ କରିଛନ୍ତି। କୌଣସି ଦଳ ଅଫର କଲେ ସେ ରାଜନୀତିକୁ ଆସିବେ ବୋଲି ସେ କହିଛନ୍ତି। ଏଥିପାଇଁ ସେ ପୂର୍ବରୁ ନିଷ୍ପତ୍ତି ନେଇସାରିଥିଲେ। ଖେଳରୁ ସନ୍ୟାସ ନେଇ ନୁହେଁ, ବରଂ ଖେଳ ସହ ମଧ୍ୟ ରାଜନୀତି କରିବେ ବୋଲି ଦୂତି କହିଛନ୍ତି। ଖେଳ ସହ ଯଦି ରାଜନୀତିକୁ ଏକାଠି ଚଳାଇ ପାରିବି ତାହେଲେ ଯୋଗଦେବି ବୋଲି କହିଛନ୍ତି ଦୂତି।