ଓଡିଆନ୍ ନ୍ୟୁଜ

65

ପିଓକେରେ ତୀବ୍ର ଭୂମିକମ୍ପ

Team Odian News |

ନୂଆଦିଲ୍ଲୀ:  ଉତ୍ତର ଭାରତ ଏବଂ ପାକିସ୍ତାନରମଙ୍ଗଳବାର ୪.୩୫ ସମୟରେ କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଥିବା ସୂଚନା ମିଳିଛି। ସେହିଭଳି କଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନର ଇସ୍‌ଲାମାବାଦ୍‌ ଏବଂ ଖାଇବରପଖ୍‌ତୁନ୍‌ଖ୍ୱା ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପପରେ ଭୟରେ ଲୋକେ ପଦାକୁ ବାହାରି ଆସିଥିଲେ। ତେବେ କୌଣସି କ୍ଷୟକ୍ଷତି ବାବଦରେ ଏଯାଏ ସୂଚନା ମିଳିନାହିଁ|ପାକ ଅଧିକୃତ କାଶ୍ମୀରରେ ଭୂକମ୍ପର କେନ୍ଦ୍ର ଥିବାବେଳେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ବୋଲି ଜଣାପଡିଛି | ଭୂମିକମ୍ପ ପ୍ରଭାବରେ ପାକ ଅଧିକୃତ କାଶ୍ମୀରରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି | ପିଓକେର ମିରପୁରରେ ଭୂମିକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି | ଏଠାରେ ସୂଚନା ଥାଉ କି ଏହି ମାସ ୯ ତାରିଖରେ ମଧ୍ୟ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଲଗାତର ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲାଅପରାହ୍ନ ୧୨.୧୦ ସମୟରେ ଜମ୍ମୁ କଶ୍ମୀରରେ ୫.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ହିମାଚଳ ପ୍ରଦେଶର ଚମ୍ଭାଠାରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ରହିଥିଲା ।ଭୂକମ୍ପ ହେବାର ଅଧଘଣ୍ଟା ପରେ ଅପରାହ୍ନ ୧୨.୪୦ ସମୟରେ ୩.୨ ତୀବ୍ରତା ବିଶିଷ୍ଟ ଆଉ ଥରେ ଭୂକମ୍ପ ହୋଇଥିଲା |