ଓଡିଆନ୍ ନ୍ୟୁଜ

23

ସିସୋର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ

Team Odian News |

ଭୁବନେଶ୍ୱର : ଚିଟ ଫଣ୍ଡ କମ୍ପାନି ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଆଜି ରାଉରକେଲାର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ରଘୁନାଥପାଲି ଥାନରେ ଦାଏର ଏକ ଠକେଇ ମାମଲାରେ ସେ ଏହି ଆତ୍ମସମର୍ପଣ କରିଛନ୍ତି । ୨୦୧୩ ମସିହାରେ ରାଉରକେଲାର କୈଳାସ ଲେଙ୍କା ନାମକ ଏକ ବ୍ୟବସାୟୀଙ୍କଠାରୁ ପ୍ରଶାନ୍ତ ୭୫ ଲକ୍ଷ ଟଙ୍କା ନେଇ ଫେରାଇ ନଥିଲେ। ଏହି ମାମଲାରେ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।                                                                                                                                                                                 ସିସୋର’ର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ, ତାଙ୍କ ପତ୍ନୀ ଜ୍ୟୋତିରାଣୀ ଷଡ଼ଙ୍ଗୀ ଓ ରାଉରକେଲା କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଜଣଙ୍କ ନାଁରେ ରାଉରକେଲାର ୧୨ଟି ଥାନାରେ ମାମଲା ରହିଛି। ସେଥିରୁ ରଘୁନାଥପାଲି ଥାନାରେ ହୋଇଥିବା ମାମଲାକୁ ନେଇ ହାଇକୋର୍ଟ ଚଳିତ ମାସ ୧୨ ତାରିଖରେ ପ୍ରଶାନ୍ତଙ୍କୁ ନିମ୍ନ ଅଦାଲତରେ ଆଗାମୀ ୩ ସପ୍ତାହ ମଧ୍ୟରେ ହାଜର ହେବାକୁ ଆଦେଶ ଦେଇଥିଲେ। ଏହି କ୍ରମରେ ପ୍ରଶାନ୍ତ ଦାଶ ଆଜି ରାଉରକେଲାସ୍ଥିତ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏସଡିଜେଏମ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ରାଉରକେଲାର ଜଣେ ବ୍ୟବସାୟୀ କୈଳାଶ ଲେଙ୍କା ସିସୋର ଚିଟଫଣ୍ଡ କଂପାନିରେ ୭୫ ଲକ୍ଷ ଟଙ୍କା ଜମା କରିଥିଲେ। କଂପାନି ପକ୍ଷରୁ ତାଙ୍କୁ ୨ ପ୍ରତିଶତ ସୁଧ ଆକାରରେ ୪ ମାସ ଯାଏଁ ୬ ଲକ୍ଷ ଟଙ୍କା ଦିଆଯାଥିଲା। ଏହା ପରେ କଂପାନି ଆଉ ଟଙ୍କା ନ ଦେବା ପରେ କୈଳାଶ ଲେଙ୍କା ରଘୁନାଥପାଲି ଥାନାରେ ଅଭିଯୋଗ ଆଣିଥିଲେ।