ଓଡିଆନ୍ ନ୍ୟୁଜ

24

ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ୍

Team Odian News |

ଭୁବନେଶ୍ୱର : ବିଜେପୁର ନିର୍ବାଚନ ନେଇ ସଜବାଜ କରୁଛି କଂଗ୍ରେସ । ଖୁବ୍ ଶୀଘ୍ର ବିଜେପୁର ପାଇଁ ପ୍ରାର୍ଥୀ  ଘୋଷଣା କରିବ କଂଗ୍ରେସ୍ । ଆଜି ବସିଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି । ଏବେ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କମିଟି ଯାହା ନିଷ୍ପତ୍ତି ନେବ ତାକୁ ହିଁ ଦଳର ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେପଟେ ଆଜିର ବୈଠକ ଅସମାପ୍ତ ରହିଥିବା କହିଛନ୍ତି ଚୟନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ନିର୍ବାଚନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ମିଟିଂ। ଗତ ୧୯ ନିର୍ବାଚନରେ ବିଜେପୁରରେ ଅମାନତ ହରାଇଥିଲା କଂଗ୍ରେସ। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏଥର ନିର୍ବାଚନରେ ନୂଆ ରଣନୀତି ପ୍ରସ୍ତୁତ କରିବ। ଏହି ବୈଠକରେ ବିଧାୟକ ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।