ଓଡିଆନ୍ ନ୍ୟୁଜ

51

ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବିରୋଧରେ ଇଡିର ତନାଘନା

Team Odian News |

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆରେଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର  । ସେ ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଇଡିଜାଲରେ ପଡ଼ିଛନ୍ତି। ଏନେଇ ମାମଲା ରୁଜୁ କରାଯାଇଥିବାବେଳେ ଇଡି ପକ୍ଷରୁ ଖୋଳତାଡ୍‌ ଆରମ୍ଭ ହୋଇଛି। ଏମାନଙ୍କ ବିରୋଧରେ ୨୫ ହଜାର କୋଟି ଟଙ୍କାର ହେର୍‌ଫେର କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଦିଲିପରାଓ ଦେଶମୁଖ୍‌, ଇସ୍ରାଲ ଜୈନ୍‌, ଜୟନ୍ତ ପାଟିଲ, ଶିବାଜୀରାଓ ନାଲଭାଡ଼େ, ଆନନ୍ଦ ରାଓ ଅଡ୍‌ସୁଲ, ରାଜେନ୍ଦ୍ର ସିଂଘାନେ ଓ ମଦନ ପାଟିଲ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି। ବ୍ୟାଙ୍କ ପକ୍ଷରୁ କୋଅପରେଟିଭ୍‌ ସୁଗାର ଫ୍ୟାକ୍ଟ୍ରକୁ ଲୋନ୍‌ ଦିଆଯାଇଥିବାବେଳେ ଏଥିରେ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମାମଲା ରୁଜୁ କରାଯିବା ପରେ ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।