ଓଡିଆନ୍ ନ୍ୟୁଜ

25

ଅଫିସରେ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ

Team Odian News |

ଭୁବନେଶ୍ୱର:  ଅଫିସ୍ କିମ୍ବା ବିଭିନ୍ନ ମିଟିଂରେ ଆଉ ବ୍ୟବହାର ହେବନି ପ୍ଲାଷ୍ଟିକ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଯେଉଁଥିରେ ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଏମିତିକି ଅଫିସ୍ ମାନଙ୍କରେ ପ୍ଲାଷ୍ଟିକ୍ ପାଣି ବୋତଲ, କପ୍, ପ୍ଲେଟ୍ ବ୍ୟବହାର ନ କରିବାକୁ ଉଲ୍ଲେଖ କରାଯାଇଛି। ଏହାସହ ବିଭିନ୍ନ ମିଟିଂରେ ମଧ୍ୟ ପ୍ଲାଷ୍ଟିକ୍ କପ୍, ପ୍ଲେଟ୍, ବୋତଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଅଫିସ ଏବଂ ମିଟିଂରେ ପ୍ଲାଷ୍ଟିକ୍ ଫାଇଲ୍, ବ୍ୟାନର, ପୋଷ୍ଟର ମଧ୍ୟ ନ ଲଗାବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।