ଓଡିଆନ୍ ନ୍ୟୁଜ

53

ଧରାପଡ଼ିଲା ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ପାକିସ୍ତାନୀ ଡ୍ରୋନ୍‌

Team Odian News |

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଡ୍ରୋନ୍‌ର ବ୍ୟବହାର କରୁଛି। ଭାରତ-ପାକିସ୍ତାନ ସୀମାନ୍ତ ଜିଲା ତରନ୍‌ତାରନ୍‌ର ଝବାଲ ଅଞ୍ଚଳରୁ ଏକ ଡ୍ରୋନ୍‌ ମିଳିଛି|ପଞ୍ଜାବ ପୋଲିସର ଗୋଇନ୍ଦା ଶାଖା ପକ୍ଷରୁ ଏଭଳି ଏକ ଡ୍ରୋନ୍‌କୁ ଧରାଯାଇଛି। ଏହି ଡ୍ରୋନ୍‌ର ଓଜନ ୧୦ କିଲୋଗ୍ରାମ୍‌।ଏହା ଥରକେ ସାଢ଼େ ୪ କିଲୋଗ୍ରାମ୍‌ ଓଜନର ଏକେ-୪୭ ରାଇଫଲ୍‌ ସହଜରେ ଉଡ଼ାଇ ନେବାକୁ ସକ୍ଷମ। ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ ସେପ୍ଟେମ୍ବର ୯ ରୁ ୧୬ ତାରିଖ ମଧ୍ୟରେ ୮୦ କେଜି ଅସ୍ତ୍ରଶସ୍ତ୍ର ବହନ କରିଥିବା ଅନ୍ୟୂନ ଆଠଟି ଡ୍ରୋନ୍‌ ସୀମା ଆରପାରିରୁ ପାକିସ୍ତାନରେ ଥିବା ଖଲିସ୍ତାନୀ ସନ୍ତ୍ରାସବାଦୀ ସଙ୍ଗଠନ ପଞ୍ଜାବକୁ ପ୍ରେରଣ କରିଥିବା କଥା ନିରାପତ୍ତା ଏଜେନ୍‌ସି ଏବଂ ପଞ୍ଜାବ ପୁଲିସ କହିଛି।ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ଇନ୍ଧନ ଯୋଗାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ନିରାପତ୍ତା ଏଜେନ୍‌ସି କହିଛି। ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ନେଟ୍‌ଓ୍ଵାର୍କ ଯୋଗେ ଏହି ଆଗ୍ନେୟାସ୍ତ୍ର ସବୁ ପାକିସ୍ତାନୀ ଗୁପ୍ତଚର ଏଜେନ୍‌ସି ଆଇଏସ୍‌ଆଇ ସହାୟତାରେ ଜର୍ମାନ ବାଟ ଦେଇ ଲାହୋର୍‌କୁ ଆସିଥିଲା।