ଓଡିଆନ୍ ନ୍ୟୁଜ

22

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା

Team Odian News |

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଦରମା ଓ ପେନ୍‌ସନ୍‌ ପାଇଁ ସେମାନଙ୍କୁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡିବ ନାହିଁ। କାରଣ ଏବେ ଦରମା ମାସର ଶେଷ କାର୍ଯ୍ୟ ଦିବସରେ ହିଁ ମିଳିବ। ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ନୂଆ ବ୍ୟବସ୍ଥା ଚଳିତ ମାସରୁ ଲାଗୁ ହେବ। ଏନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏକ ନିୟମାବଳୀ ଜାରି କରାଯାଇଛି। ଯଦି ମାସର ଶେଷଦିନ ବ୍ୟାଙ୍କ ଛୁଟି ଥାଏ ତେବେ ଦିନକ ପୂର୍ବରୁ ଦରମା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବଜେଟ୍ ଓ ଆଲଟମେଣ୍ଟ ବ୍ୟବସ୍ଥା ନ ଥିଲେ ଡିଡିଓ ମାନଙ୍କ ଦ୍ୱାରା ମାର୍ଚ୍ଚ ୩୧ ପରେ ମଧ୍ୟ ବେତନ ବିଲ୍ ଦାଖଲ କରାଯାଇପାରିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।