ଓଡିଆନ୍ ନ୍ୟୁଜ

25

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ତାଲା

Team Odian News |

ଭୁବନେଶ୍ୱର: ଭୁବନେଶ୍ୱରରେ ପର୍ଯ୍ୟଟକଙ୍କ ପାଇଁ ଥିବା ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ’ରେ ଏକ ମାସ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହୋଇଛି। ୪ଟି ହାତୀ ମୃତ୍ୟୁ ପରେ ଆରମ୍ଭ ହୋଇଛି ସମୀକ୍ଷା। ହାତୀଙ୍କ ମୃତ୍ୟୁର ବିଭୀଷିକା ପରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।  ମାସକ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁକୁ ନେଇ ଜୋରାଦାର ବିରୋଧ ପରେ ପ୍ରାଣୀ ଉଦ୍ୟାନରେ ତାଲା ପଡ଼ିଛି।।

ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ମୁଖରେ ଶହ ଶହ କର୍ମୀ ଧାରଣାରେ ବସିଛନ୍ତି। ପ୍ରାଣୀ ଉଦ୍ୟାନ ନିକଟରେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ରହିଛି। ଏହା ହିଁ ହାତୀଙ୍କୁ ସଂକ୍ରମଣର ମୁଖ୍ୟ କାରଣ ବୋଲି କୁହାଯିବା ସହ ଏହାକୁ ସ୍ଥାନାନ୍ତରଣ କରିବାକୁ ଦାବି ହୋଇଛି। କାରଣ ଡମ୍ପିଂୟାର୍ଡ ଯୋଗୁ ହିଁ ରୋଗ ବ୍ୟାପୁଥିବା ସୁର ଅଭିଯୋଗ କରିଛନ୍ତି।ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ସେପଟେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ତାଲା ପକାଇଛନ୍ତି କର୍ତ୍ତୃପକ୍ଷ।