ଓଡିଆନ୍ ନ୍ୟୁଜ

55

ପୂର୍ବ ଇଣ୍ଡୋନେସିଆରେ ଭୂମିକମ୍ପ

Team Odian News |

ଜାକର୍ତା:  ପୂର୍ବ ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପରେ ୬. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି, ଗୁରୁବାର ଦିନ  ସକାଳ ୮: ୪୬ରେ ମାଲୁକୁ ପ୍ରଦେଶର ଆମ୍ବୋନ ଉତ୍ତରପୂର୍ବ ଉପକୂଳ ଠାରୁ ସମୁଦ୍ର ମଧ୍ୟକୁ ପ୍ରାୟ ୩୭ କିଲୋମିଟର ଦୂର ଏବଂ ଭୂଗର୍ଭର ୨୯ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିଛି।ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବଂ ମୃତାହତଙ୍କ ସଂଖ୍ୟା ହଠାତ୍‌ ଜଣାପଡ଼ି ନାହିଁ। ଅତୀତରେ ମଧ୍ୟ ଏହି ଅଞ୍ଚଳରେ ଭୟାନକ ଭୂମିକମ୍ପମାନ ହୋଇଛି।ଟେଟୋନିକ୍‌ ପ୍ଲେଟ୍‌ଗୁଡ଼ିକ ପରସ୍ପର ସହ ଧକ୍କା ଖାଉଥିବା ସ୍ଥାନ ପେସିଫିକ୍‌ ରିଙ୍ଗ୍‌ ଫାୟାର୍‌ରେ ଅବସ୍ଥିତ ହୋଇଥିବାରୁ ଇଣ୍ଡୋନେସିଆରେ ବରାବର ଭୂମିକମ୍ପ ଅନୁଭୂତ ହୋଇଥାଏ। ରିଙ୍ଗ୍‌ ଅଫ୍‌ ଫାୟାର୍‌ ଠାରେ ସବୁବେଳେ ଭୂକମ୍ପୀୟ କାର୍ଯ୍ୟକଳାପ ଚାଲିଥାଏ।