ଓଡିଆନ୍ ନ୍ୟୁଜ

19

ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିଲା

Team Odian News |

ଭୁବନେଶ୍ୱର : ରାଜ୍ୟ ସରକାର ଓମଫେଡ୍‌ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ।ପୂର୍ବରୁ ଓମଫେଡ୍ କ୍ଷୀର ଲିଟର ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି। ଆସନ୍ତା ୨୭ରୁ ଏହି ଦର ଲାଗୁ ହେବ ବୋଲି ଓମଫେଡ ପକ୍ଷରୁ କୁହାଯାଇଛି। ଗୋପାଳନ ଏବଂ ଦୁଗ୍ଧ ଉପତ୍ାଦନରେ ଖର୍ଚ୍ଚ ବୃଦ୍ଧି ଯୋଗୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବାପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବିକରି ଆସୁଥିଲେ। ଦୁଗ୍ଧ ମୂଲ୍ୟରେ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିବାପାଇଁ ବୁଧବାର ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଦ୍ଧିତ ମୂଲ୍ୟରୁ ଲିଟର ପିଛା ୩ ଟଙ୍କା ଗ୍ରାମାଞ୍ଚଳର ଦୁଗ୍ଧଚାଷୀମାନେ ସିଧାସଳଖ ପାଇବେ ବୋଲି ଓମଫେଡ କହିଛି। ଏହାଦ୍ୱାରା ଖାଉଟିମାନେ ଲିଟର ପିଛା ଟୋନ୍‌ଡ ଦୁଗ୍ଧକୁ ୩୪ ବଦଳରେ ୩୮ ଟଙ୍କା, ପ୍ରିମିୟମ୍‌ ଦୁଗ୍ଧକୁ ୪୦ ବଦଳରେ ୪୪ ଟଙ୍କା ଏବଂ ଗୋଲ୍ଡ ପ୍ରିମିୟମ୍‌ ଦୁଗ୍ଧକୁ ୪୦ ବଦଳରେ ୪୪ ଟଙ୍କାରେ କିଣିବେ।