ଓଡିଆନ୍ ନ୍ୟୁଜ

24

ରାଜ୍ୟରେ ୬୧ ମନ୍ଦିର ଆୟବ୍ୟୟର ହେବ ଅଡିଟ୍‌

Team Odian News |

ଭୁବନେଶ୍ୱର: ଏଣିକି ମନ୍ଦିର ଆୟବ୍ୟୟ  ଅଡିଟ୍‌ କରାଯିବ |ମନ୍ଦିର ପାଣ୍ଠିଉପରେ ରହିବ ଏଜି(ଆକାଉଣ୍ଟିଂ ଜେନେରାଲ୍)ଙ୍କ ନଜର।  ଆକାଉଣ୍ଟ ଅଡିଟ ତାଲିକାରେ ରାଜ୍ୟର ବହୁ ପୁରାତନ ମନ୍ଦିର ସାମିଲ ରହିଛି।ଏଥିପାଇଁ ଦେବୋତ୍ତର କମିଶନର୍ ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍ ପାଇଁ ଏଜିଙ୍କୁ ଚିଠି ହୋଇଛି। ଏହି ମନ୍ଦିରଗୁଡ଼ିକ  ମଧ୍ୟରେ ରହିଛି- ଭୁବନେଶ୍ୱରର ଲିଙ୍ଗରାଜ, ରାମ ମନ୍ଦିର, ଶନି ମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, ବାଙ୍କୀ ଚର୍ଚ୍ଚିକା, ଜଗତସିଂହପୁରର ମା’ ଶାରଳା, ଗୋରଖନାଥ ମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜୀଉ, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁର ସମଲେଇ, ଆରଡିର ଆଖଣ୍ଡଳମଣି ସମେତ ୬୧ଟି ମନ୍ଦିରର ଅଡିଟ୍ ହେବ। ତେବେ ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷ ନିଜସ୍ୱ ଅଡିଟ୍ କରୁଥିଲେ। କିନ୍ତୁ ଅନେକ ସମୟରେ ମନ୍ଦିର ଆୟବ୍ୟୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇ ଆସୁଥିଲା। ଏଣୁ ଏହି ଅଭିଯୋଗକୁ ନେଇ ଦେବୋତ୍ତର କମିଶନ ମନ୍ଦିରଗୁଡ଼ିକ ଖର୍ଚ୍ଚର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।