ଓଡିଆନ୍ ନ୍ୟୁଜ

125

ରାଞ୍ଚିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ଆଜି

Team Odian News |

ରାଞ୍ଚିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ଆଜି
ରାଞ୍ଚି,,୭/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ):ନିକଟରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ୪-୧ରେ ଦିନିକିଆ ଶୃଙ୍ଖଳାରେ ବିଜୟୀ ହୋଇଥିବା ବେଳେ ପ୍ରଥମ ଟି-୨୦ ମ୍ୟାଚକୁ ନେଇ ଅନେକ ଆଶା ରଖିଛି । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ନିଜସ୍ୱ ସହରରେ ଶନିବାର ଖେଳାଯୁବାକୁ ଥିବା ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାରେ ଭାରତ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର କରିଥିବା ଆକଳନ ଅନୁଯାୟୀ ରାଞ୍ଚି ସମେତ ଝାରଖଣ୍ଡରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ । ରାଞ୍ଚିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି, ଏଥିପାଇଁ ଖେଳାଳିଙ୍କ ଅଭ୍ୟାସ ମଧ୍ୟ ପ୍ରଭାବିତ ହୋଇଥିଲା । ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଶନିବାର ଏଠାକାର ୨ୟ ଟି-୨୦ ମ୍ୟାଚ ଖେଳାଯିବ । ପୂର୍ବରୁ ଏଠାରେ ୨୦୧୬ ଫେବୃଆରି ୧୨ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟି କରି ୬ଟି ୱକେଟ ହରାଇ ୧୯୬ରନ ସଂଗ୍ରହ କରିଥିଲା । ଏଥିରେ ରେହିତ ଶର୍ମା(୪୩), ଶିଖର ଧାୱନ(୫୧), ଆଜିଙ୍କ୍ୟ ରାହାଣେ (୨୫) ଓ ଟିମ ଇଣ୍ଡିଆର ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୯ରନ ସଂଗ୍ରହ କରିଥିଲେ । ଜବାବରେ ଶ୍ରୀଲଙ୍କା ନିଦ୍ଧାରିତ ଓଭରରେ ୯ଟି ୱିକେଟ ହରାଇ ୧୨୭ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଆଶିଷ ନେହେରା, ଯଶପ୍ରିତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ । ରାଞ୍ଚିରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାତର ପ୍ରଥମ ଟି-୨୦ ଖେଳିବ । ଦିନିକିଆ ସିରିଜକୁ ୪-୧ରେ  ଜିତି ଦିନିକିଆ ମାନ୍ୟତାର ଶୀର୍ଷରେ ପହଞ୍ଚିଥିବା ଭାରତୀୟ ଦଳ ଟି-୨୦ ସିରିଜ ଜିତି ଟି-୨୦ ମାନ୍ୟତାରେ ଶୀର୍ଷକୁ ପହଞ୍ଚିବାକୁ ଚେଷ୍ଟା କରିବ। ଏବେ ଭାରତ ଟି-୨୦ ମାନ୍ୟତାରେ ପଞ୍ଚମ ସ୍ଥାନରେ ରହିଛି।