ଓଡିଆନ୍ ନ୍ୟୁଜ

22

ଓଡ଼ିଶାର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ସୁଶୀଲ କୁମାର ଲୋହାନି

Team Odian News |

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେସୁଶୀଲ କୁମାର ଲୋହାନି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତ ଲାଗି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣଙ୍କ ନାଁ ସୁପାରିସ କରାଯାଇଥିଲା। ତେବେ ଭାରତୀୟ ନିର୍ବାଚନ କମିଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଶୀଲଙ୍କ ନାଁକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ସୁରେନ୍ଦ୍ର କୁମାର ଏହି ପଦବୀରେ ଥିଲେ। ନୂଆ ପଦବୀରେ ଯୋଗଦାନ ସହ ସୁଶୀଲ କୁମାର ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଆୟୋଗଙ୍କ ସଚିବ ରାଜ୍ୟ ମୁଖ୍ୟ ସଚିବଙ୍କୁ ଜଣାଇଛନ୍ତି। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଶୀଲ କୁମାରଙ୍କ ପାଇଁ ଏହା ଗୁରୁ ଦାୟିତ୍ୱ ହେବ।