ଓଡିଆନ୍ ନ୍ୟୁଜ

17

ଆଜି ରାଷ୍ଟ୍ରପତି ଓଡ଼ିଶା ଆସୁଛନ୍ତି

Team Odian News |

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ସନ୍ଧ୍ୟା ୬ଟା ୩୦ ପରିବର୍ତ୍ତେ ଅପରାହ୍ନ ୨ଟା ୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚତ୍ବେ। ସେଠାରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବେ। ଏହାପରେ ସିଧା ହେଲିକପ୍ଟର ଯୋଗେ ବ୍ରହ୍ମପୁରର ଗୋପାଳପୁର ଆର୍ମି ଏଡି କଲେଜ ଅଭିମୁଖେ ଯିବେ। ରାଷ୍ଟ୍ରପତି ସେଠାରେ ରାତ୍ରିଯାପନ କରିବେ। ଶନିବାର କଲେଜର ପାସିଂଆଉଟ୍‌ ସେରିମନିରେ ଯୋଗଦେଇ କ୍ୟାଡେଟ୍‌ମାନଙ୍କୁ ଫ୍ଲାଗ୍‌ ପ୍ରଦାନ କରିବେ। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚି ସିଧା ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ପରିପ୍ରେକ୍ଷୀରେ ବ୍ଲ୍ୟୁ-ବୁକ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଓ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।