ଓଡିଆନ୍ ନ୍ୟୁଜ

16

ଜୁନାଗଡ଼ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର,ଅଭିଯୋଗ ଆଣିଛି ବିଜେପି

Team Odian News |

ଭୁବନେଶ୍ୱରଜୁନାଗଡ଼ ଗଣଦୁଷ୍କର୍ମରେ ବିଜେଡି ଲିଙ୍କ୍ ଆଣି ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଦଳର ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବର ହେଉଛି ଜଣେ ବିଜେଡି ନେତାଙ୍କ ସହଯୋଗୀ। ସେ ହେଉଛି ବିଜେଡି ନେତା ପ୍ରବୋଧ ରଥଙ୍କ ବସ୍‌ ଡ୍ରାଇଭର। ଆଉ ପ୍ରବୋଧ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି।

ଏହି ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ରଙ୍କ ସହିତ ବିଜେଡି ନେତାଙ୍କ ସଂପର୍କ ଥିବାରୁ ତାକୁ ଖସାଇ ଦେବାକୁ ବିଜେଡି ଉଦ୍ୟମ କରୁଛି ବୋଲି ଲେଖାଶ୍ରୀ କହିଛନ୍ତି। ଲଳିନ୍ଦ୍ରଙ୍କୁ ଖସାଇ ଦେବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ।

ଦିବ୍ୟଶଙ୍କର କ’ଣ ପାଇଁ ଏହି ମାମଲାରେ ମୁଣ୍ଡ ପୂରାଇଲେ ବୋଲି ପ୍ରଶ୍ନ କରି ତାଙ୍କ ଭୂମିକା ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି’ ଭଳି ହୋଇଛି। ଏବଂ ଏହି ଘଟଣାରୁ ଲୋକଙ୍କ ନଜର ହଟାଇବାକୁ ଏଭଳି ନାଟକ କରାଯାଇଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

 

ସେପଟେ ଏହି ଘଟଣାକୁ ନେଇ ରାଜନୈତିକରଣ କରାନଯାଉ। ପୋଲିସ୍‌କୁ ତଦନ୍ତ କରିବାକୁ ଦିଆଯାଉ ବୋଲି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିବା ସହିତ ବିଜେପି ଲଗାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।