ଓଡିଆନ୍ ନ୍ୟୁଜ

192

ପିପିଲି କଣ୍ଟି ବଜାରରେ ୬ରୁ ଊର୍ଦ୍ଧ୍ୱ ବୋମାମାଡ

Team Odian News |

ପିପିଲି କଣ୍ଟି ବଜାରରେ ୬ରୁ ଊର୍ଦ୍ଧ୍ୱ ବୋମାମାଡ
ପିପିଲ,୭/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ):ପିପିଲ ଥାନା ଅନ୍ତର୍ଗତ କଣ୍ଟିବଜାରରେ ଶୁକ୍ରବାର ସନ୍ଧ୍ୟାରେ ୬ରୁ ଅଧିକ ବୋମାମାଡ ହୋଇଛି। ପୂର୍ବ ଶତ୍ରୁତାରୁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଏହି ବୋମା ମାଡ କରାଯାଇଥିବା ଅଭିଯୋଗ ହୋଇଛି। ଏହି ବୋମା ମାଡରେ କାହର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡିଛି। ବୋମା ମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ କଣ୍ଟି ବଜାରର ସମସ୍ତ ଦୋକାନ  ବନ୍ଦ ହୋଇଯାଇଥିଲା ।
ଗତ ମାସ ୨୪ ତାରିଖରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଲଗାତାର ବୋମାମାଡ ହୋଇଥିଲା ।ଏଥିରେ ଜଣେ ବ୍ୟବସାୟୀଙ୍କ ସମେତ ୫ ଜଣ ଗୁରୁତର ହୋଇଥିଲେ । ଏହାପରେ ଅଗଷ୍ଟ ୧୩ ତାରିଖରେ ପୁଣି ୧୦ଟି ବୋମାମାଡ ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟ ବଜାରରେ ୬ଟି ବୋମା ମାଡ ହୋଇଛି । ବୋମାମାଡର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।