ଓଡିଆନ୍ ନ୍ୟୁଜ

58

ନୌସେନାରେ ସାମିଲ୍‌ ହେବ ସାଇଲେଣ୍ଟ କିଲର ‘ଆଇଏନଏସ ଖଣ୍ଡେରୀ’

Team Odian News |

ମୁମ୍ବଇ: ଦିନକୁ ଦିନ ଅଶାନ୍ତ ହୋଇ ପଡ଼ୁଛି ଭାରତର ସୀମାନ୍ତ। ଦୁଇ ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ଆଡୁ ବଢୁଛି ବିପଦ। ଏହାକୁ ଦୃଷ୍ଟିରେ ରଖି ଭାରତ ତାର ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ  ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ସଜାଗ ହୋଇଗଲାଣି ‘ଆଇଏନଏସ ଖଣ୍ଡେରୀ’।ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସବମେରାଇନ୍‌ ଅର୍ଥାତ ଯୁଦ୍ଧଜାହାଜ ସେପ୍ଟେମ୍ବର ୨୮ ତାରିଖରେ ଭାରତୀୟ ନୌସେନାରେ ସାମିଲ କରାଯିବ।ଏହି ଯୁଦ୍ଧ ଜାହାଜରେ ରହିଛି ଅତ୍ୟାଧୁନିକ ଟେକ୍ନୋଲଜିର ଲେନ୍ସ। ଏହା ଭିତରେ ୩୬୦ ସେଲ୍‌ସ ବ୍ୟାଟେରୀ ରହିଛି ଯାହାର ଓଜନ ୭୫୦ କିଲୋ। ଏହି ବ୍ୟାଟେରୀକୁ ଚାର୍ଜ କରିବା ପାଇଁ ରହିଛି ୧୨୫୦ ୱାଟ୍‌ର ଡିଜେଲ ଇଞ୍ଜିନ। ଖଣ୍ଡେରୀ ପାଣି ଭିତରେ ୪୫ ଦିନ ରହି ପାରିବ। ଏହାବ୍ୟତୀତ ଘଣ୍ଟାକରେ ପାଣି ଭିତରେ ୩୫ କିମି ଦୂର ଅତି ସହଜରେ ଗତି କରିପାରିବ ଏବଂ ଏକାଥରକେ ୧୨ ହଜାର କିମି ଯାତ୍ରା କରିପାରିବ । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇ ଏହାର ଘୋଷଣା କରିବେ।୨୦୧୭ରେ ଖଣ୍ଡେରୀର ଜଳାବତରଣ କରାଯାଇଥିଲା। ତେବେ ଦୀର୍ଘ ୨ ବର୍ଷ ପରୀକ୍ଷା ନିରୀକ୍ଷା ପରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବା ପାଇଁ ସ୍ଥିର କରାଯାଇଛି। ଭାରତର ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବାର ସବୁ କ୍ଷମତା ରହିଛି ଖଣ୍ଡେରୀ ପାଖରେ। ଏହା ପାଣି ଭିତରେ ଥାଇ ପାଣିରେ ଥିବା ଯେ କୌଣସି ଯୁଦ୍ଧ ଜାହାଜ ଏପରିକି ଅନ୍ୟସ୍ଥାନରେ ଥିବା ଯୁଦ୍ଧପୋତକୁ ନଷ୍ଟ କରିପାରିବ। ଦେଶର ସବୁଠାରୁ ଶକ୍ତିଶାଳୀ ଏବଂ ଉନ୍ନତମାନର ଏହି ଯୁଦ୍ଧ ଜାହାଜ  ୩୦୦ କିଲୋମିଟର ଦୂରରେ ଥିବା ଶତ୍ରୁକୁ ଠାବ କରି ତାହାକୁ ନଷ୍ଟ କରିପାରିବ।