ଓଡିଆନ୍ ନ୍ୟୁଜ

51

କଶ୍ମୀରରେ କର୍ଫ୍ୟୁ ଉଠିଲେ ରକ୍ତପାତ ହେବ

Team Odian News |

ନ୍ୟୁୟର୍କ : ଭାରତ ସରକାର କଶ୍ମୀରର ୮ ନିୟୁତ ମୁସଲିମଙ୍କ ଉପରେ  ଅତ୍ୟାଚାର ଜାରି ରଖିଛନ୍ତି । କର୍ଫ୍ୟୁ ଉଠିଲେ ସେଠାରେ ପୁଣି ପୁଲଓ୍ଵାମା ପରି ଘଟଣା ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି । ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ଭାଷଣ ଦେବା ଅବସରରେ ଇମ୍ରାନ ଖାଁ କେବଳ କଶ୍ମୀର, ଭାରତ କଥା ହିଁ କହିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ କଶ୍ମୀର ଜନତା ଅସ୍ତ୍ର ଉଠାଇବେ । ଭାରତରେ ଏବେ ଆରଏସଏସର ସରକାର ଚାଲିଛି । ଆରଏସଏସ ହେଉଛି ହିଟଲରଙ୍କ ଆଦର୍ଶ ଦ୍ୱାରା ପରିଚାଳିତ ଏକ ଉଗ୍ର ଜାତୀୟତାବାଦୀ ଦଳ । ନରେନ୍ଦ୍ର ମୋଦୀ ଏହି ସଂଗଠନର ଆଜୀବନ ସଦସ୍ୟ । ଏହି ଦଳ ମୁସଲିମ ଓ ଖ୍ରୀଷ୍ଟିଆନମାନଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ଲାମିକ ଆତଙ୍କବାଦ କଥା କହି ସମସ୍ତେ ମୁସଲିମମାନଙ୍କୁ ଟାର୍ଗେଟ କରୁଛନ୍ତି