ଓଡିଆନ୍ ନ୍ୟୁଜ

46

ଚିଫ୍‌ ଅଫ ଷ୍ଟାଫ୍‌ କମିଟି ମୁଖ୍ୟ ହେଲେ ବିପିନ ରାୱତ

Team Odian News |

ଗଞ୍ଜାମ: ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶୁକ୍ରବାର ଚିଫ୍‌ ଅଫ ଷ୍ଟାଫ୍‌ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ପୂର୍ବରୁ ଏହି ପଦରେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବି.ଏସ୍‌. ଧନୁଓ୍ବା ଥିବା ବେଳେ ଏବେ ତାଙ୍କ ସ୍ଥାନରେ ବିପିନ ରାଓ୍ବତଙ୍କୁ ଦେଖିବାକୁ ମିଳିବ। ରଙ୍ଗେଇଲୁଣ୍ଡାରେ ପହଞ୍ଚିଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ। ଏୟାରଷ୍ଟ୍ରପି୍ରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ସେନାର ବରିଷ୍ଠ କର୍ମଚାରୀ। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଆର୍‌ମି ଏୟାର ଡିଫେନ୍ସ କଲେଜ୍‌କୁ ନିଆଯାଇଛି।

ଏହାପୂର୍ବରୁ ରାଷ୍ଟ୍ରପତି ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ସେ ଆସନ୍ତାକାଲି ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  ତାଙ୍କ ସହ ସେନା ମୁଖ୍ୟ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସେ ଏଡି କଲେଜ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ।