ଓଡିଆନ୍ ନ୍ୟୁଜ

47

ରାମବନଠାରେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ

Team Odian News |

ଶ୍ରୀନଗର: ଜମ୍ମୁ-କଶ୍ମୀର ଡୋଡ଼ା ଜିଲାର ରାମବନଠାରେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ବଟୋଟ୍‌-ଡୋଡ଼ା ରୋଡ୍‌ରେ ସେନା ଗାଡ଼ି ଉପରେ ଶନିବାର ଆତଙ୍କବାଦୀମାନେ ଆକ୍ରମଣ କରିବାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରାମବନ ଅଞ୍ଚଳରେ ଘେରାବନ୍ଦୀ କରାଯାଇଛି। ସେନା ବାହିନୀ ଗାଡ଼ିରେ ଯାଉଥିବାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ପୁଲଓ୍ବାମାର ଲେଥପୋରାଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିଲା।