ଓଡିଆନ୍ ନ୍ୟୁଜ

118

ଧବଳେଶ୍ୱର ଘାଟରେ ଅଘଟଣ, ମହାନଦୀରେ ବୁଡି ୨ ବାଳକ ନିଖୋଜ

Team Odian News |

ଧବଳେଶ୍ୱର ଘାଟରେ ଅଘଟଣ, ମହାନଦୀରେ ବୁଡି ୨ ବାଳକ ନିଖୋଜ

କଟକ, ଅକ୍ଟୋବର ୭(ଓଡ଼ିଆନ୍‍ ନ୍ୟୁଜ୍‍): କାର୍ତ୍ତିକ ମାସ ଆରମ୍ଭରୁ ଧବଳେଶ୍ୱର ଘାଟରେ ଆଜି ଅଘଟଣ ଘଟିଛି। ମହାନଦୀରେ ବୁଡିଯାଇ ଦୁଇ ଜଣ ବାଳକ ନିଖୋଜ ଥିବା ଖବର ମିଳିଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଆଜି ସକାଳେ ତିନ ଜଣ ବାଳକ ଧବଳେଶ୍ବର ଘାଟରେ ଗାଧେଇବା ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅସାବଧାନତା ବଶତଃ ଭାସି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ନିଖୋଜ ବାଳକଙ୍କୁ ଖୋଜାଖୋଜି କରୁଛନ୍ତି। ଉଦ୍ଧାରକାର୍ୟ୍ୟରେ ଦୁଇଟି ଟିମ୍ ସାମିଲ ହୋଇଛନ୍ତି। ନିଖୋଜ ଥିବା ବାଳକ ଦୁଇ ଜଣ ବାଳକଙ୍କ ନାମ ହେଲା ପ୍ରିତମ ସେଠୀ ଓ ଶୁଭଙ୍କର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ କଲେଜରେ ପଢୁଥିବା ସୂଚନା ମିଳିଛି। ଉଭୟଙ୍କ ଘର କଟକ ସିଡିଏ ଅଞ୍ଚଳର ବୋଲି ଜଣାପଡିଛି।