ଓଡିଆନ୍ ନ୍ୟୁଜ

17

ନକଲି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Team Odian News |

ଭୁବନେଶ୍ୱର:ନକଲି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓସେପା ପକ୍ଷରୁ ସମସ୍ତ ଜିଲାପାଳ ତଥା ଆର୍‌ଟିଇ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଓପେପା କିମ୍ବା ଓସେପା ଅଧୀନରେ ଏସ୍‌ପିଓ, ଡିପିଓ, ବ୍ଲକ୍‌ସ୍ତରୀୟ କର୍ମଚାରୀମାନେ ନିଯୁକ୍ତି ପାଇଥିବା ସମୟରେ ଦେଇଥିବା ସାର୍ଟିଫିକେଟ୍‌କୁ ଯାଞ୍ଚ କରିବାକୁ କୁହାଯାଇଛି।

ନିଯୁକ୍ତି ସମୟରେ ଡିପିଓ ଏବଂ ବ୍ଲକ୍‌ ସ୍ତରର କର୍ମଚାରୀ(ଓସେପା ଅଧୀନସ୍ଥ)ମାନେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ଯଥା- ସାର୍ଟିଫିକେଟ ଓ ମାର୍କସିଟ୍‌କୁ ପୁନଃ ଯାଞ୍ଚ ଲାଗି ଚିଠିରେ ଉଲ୍ଲେଖ କରାଯାଇଛି। ଯଦି କୌଣସି କର୍ମଚାରୀ ଜାଲ୍‌ ଡକ୍ୟୁମେଣ୍ଟସ୍‌ ଦେଇଥିବା ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ସହ ବରଖାସ୍ତ ଲାଗି ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି। ଆବଶ୍ୟକ ପଡିଲେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ୍ ବୈଧତା ନେଇ ମଧ୍ୟ ତଦନ୍ତ କରାଯିବ। ଦୁଇ ମାସ ଭିତରେ ସାର୍ଟିଫିକେଟ୍ ଯାଞ୍ଚ କରି ଆକ୍ସନ ଟେକେନ୍ ରିପୋର୍ଟ ଜିଲ୍ଲାପାଳ ଦେବେ ବୋଲି ଜଣାପଡ଼ିଛି