ଓଡିଆନ୍ ନ୍ୟୁଜ

38

ବଢ଼ିଲା ଆଧାର-ପାନ୍‌ ଲିଙ୍କ୍ ଅବଧି

Team Odian News |

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍‌ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି।  ଏହାର ଲିଙ୍କ୍‌ କରାଇବା ନେଇ ଶେଷ ସୀମା ସେପ୍ଟେମ୍ବର ୩୦ ଥିବାବେଳେ ଏହାକୁ ବଢାଯାଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ ପାଇଛି।ସିବିଡିଟି ପୂର୍ବରୁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ୧୦ ସଂଖ୍ୟା ବିଶିଷ୍ଟ ପାନ୍‌ ଲିଙ୍କ କରିବା ବାଧ୍ୟତାମୂଳକ ହେବା ନେଇ ଘୋଷଣା କରିଥିଲା। । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ପାନ୍‌-ଆଧାର ସଂଯୋଗ କରାଇ ନାହାନ୍ତି ସେମାନେ ଆଇଟି ଓ୍ବେବସାଇଟକୁ ଯାଇ କିମ୍ବା ଏସ୍‌ଏମ୍‌ଏସ୍‌ ଦ୍ୱାରା କରାଇପାରିବେ। ଲିଙ୍କ୍‌ ବେଳେ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ କ୍ଷେତ୍ରରେ ଯେଭଳି କୌଣସି ଅସଙ୍ଗତି ନ ରହେ ତାହା ଦେଖିବାକୁ କୁହାଯାଇଛି। ୨ କାର୍ଡ ମଧ୍ୟରୁ ଯେକୌଣସିଟିରେ ଭୁଲ ରହିଥିଲେ ଏହାକୁ ସୁଧାରିବା ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ପାନ୍‌ ସହ ଆଧାର ଲିଙ୍କ ନ ହେଲେ ଲୋକମାନେ ଏହାକୁ ଆର୍ଥତ୍କ ନେଣଦେଣ କ୍ଷେତ୍ରରେ ବ୍ୟବହାର କରିପାରିବେ ନାହିଁ। ଏଣୁ ବିଭିନ୍ନ ପ୍ରସଙ୍ଗକୁ ଭଲ ଭାବେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି।