ଓଡିଆନ୍ ନ୍ୟୁଜ

43

ଇମ୍ରାନ୍‌ଙ୍କ ଭାଷଣ ପାଇଁ କାଠଗଡ଼ାରେ ପାକିସ୍ତାନ

Team Odian News |

ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ସବୁ ମହଲରେ କଡ଼ ସମାଲୋଚନା କରାଯାଉଛି। ଇମ୍ରାନ୍‌ ତାଙ୍କ ଭାଷଣରେ ବିଶ୍ବ ନେତାଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରି ଦୟନୀୟ ଭାବେ ବିଫଳ ହୋଇଛନ୍ତି। ତାଙ୍କର ପରମାଣୁ ଯୁଦ୍ଧ ଧମକ ମଧ୍ୟ ପାକିସ୍ତାନକୁ ଏକ ଆତଙ୍କବାଦୀ ରାଷ୍ଟ୍ର ଭାବେ ଉପସ୍ଥାପନ କରିଛି। ଏବେ ଏହି ଭାଷଣକୁ ହିଁ ଅସ୍ତ୍ର କରି ଭାରତ ଆଜି ପାକିସ୍ତାନକୁ ଘେରିଛି। ଆଜି ଜାତିସଂଘରେ ରାଇଟ୍‌ ଟୁ ରିପ୍ଲାଇ (ଜବାବ ଦେବାର ଅଧିକାର) ଅଧୀନରେ ବିଦେଶ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମିତ୍ରା ଇମ୍ରାନଙ୍କ ଘୃଣା ଏବଂ ଉନ୍ମାଦନା ସୃଷ୍ଟିକାରୀ ଭାଷଣକୁ ନେଇ ପାକିସ୍ତାନକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି| ୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା ଏବେ ଆହୁରି କମ୍ ରହିଛି। ତାଙ୍କ ବିରୋଧରେ ଅତ୍ୟାଚାର ହେଉଛି ବୋଲି ବିଦିଶା କହିଛନ୍ତି। ପୂର୍ବରୁ ପାକିସ୍ତାନରେ ୨୩ ପ୍ରତିଶତ ସଂଖ୍ୟାଲଘୁ ରହୁଥିଲେ ଏବେ ଏହାର ସଂଖ୍ୟା ୩ ପ୍ରତିଶତ ରହିଛି। ତେଣୁ ପାକିସ୍ତାନ ପ୍ରଥମେ ନିଜ ଦେଶର ସ୍ଥିତି ବାବଦରେ ପ୍ରଥମେ ଚିନ୍ତା କରି ଅନ୍ୟକୁ ଆକ୍ଷେପ କରୁ। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଏହି ଅବସରରେ ଅନେକ ପ୍ରଶ୍ନର ଜବାବ ମାଗିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଅନ୍ତର୍ଜାତୀୟ ଆତଙ୍କବାଦୀକୁ ପେନସନ ଦେଉଥିବା ପ୍ରଥମ ଦେଶ ପାକିସ୍ତାନ। ଜାତିସଂଘ ଦ୍ୱାରା ଆତଙ୍କବାଦୀ ବୋଲି ଘୋଷିତ ୧୩୦ ଆତଙ୍କବାଦୀଙ୍କୁ ପାକିସ୍ତାନ ନିଜ ଦେଶରୁ ବାହାର କରିପାରିବ? ସାରା ଦୁନିଆ ପାକିସ୍ତାନ ଯାଇ ସ୍ଥିତି ଦେଖିବା ଦରକାର। ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଭାରତ ବିକାଶ ଉପରେ ଗୁରୁତ୍ୱ ଦିଏ। ଇମରାନ ୧୯୭୧ ମସିହା ନରସଂହାର କଥା ଭୁଲିବା ଅନୁଚିତ ବୋଲି ସେ କହିଛନ୍ତି।