ଓଡିଆନ୍ ନ୍ୟୁଜ

166

ହୋଟେଲ, ଲଜ ଓ ଗେଷ୍ଟହାଉସରେ ବାଧ୍ୟତାମୂଳକ ହେବ ସିସିଟିଭି-ପୋଲିସ ଡିଜି ଆର.ପି.ଶର୍ମା ।

Team Odian News |

ହୋଟେଲ, ଲଜ ଓ ଗେଷ୍ଟହାଉସରେ ବାଧ୍ୟତାମୂଳକ ହେବ ସିସିଟିଭି-ପୋଲିସ ଡିଜି ଆର.ପି.ଶର୍ମା ।
ଭୁବନେଶ୍ୱର, ଅକ୍ଟୋବର ୭(ଓଡ଼ିଆନ୍‍ ନ୍ୟୁଜ୍‍):ଏଣିକି ରାଜ୍ୟର ଥିବା ସମସ୍ତ ହୋଟେଲ୍‌ ଗୁଡ଼ିକରେ ଲାଗିବ ସିସିଟିଭି କ୍ୟାମେରା । ଏଥିପାଇଁ ପୋଲିସ ମୁଖ୍ୟାଳୟ ନୂଆ ଗାଇଡଲାଇଲ ପ୍ରଣୟନ କରିଛନ୍ତି । ଆତଙ୍କବାଦ ଓ ଅପରାଧକୁ ରୋକିବାକୁ ଏହି ନୂଆ ଗାଇଡଲାଇନ ତିଆରି କରିଛି ପୋଲିସ । ସମସ୍ତ ଜିଲ୍ଲା ଏସ୍‌ପି ଓ ଡିଏସ୍‌ପିମାନଙ୍କ ନିକଟକୁ ଏହି ଗାଇଡଲାଇନ ପଠାଇ ଦିଆଯାଇଥିବା ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।
ରାଜ୍ୟରେ ଥିବା ହୋଟେଲ ଗୁଡ଼ିକରେ ବିଭିନ୍ନ ଅପରାଧିକ ଘଟଣାମାନ ଘଟୁଛି ଏବଂ ଆତଙ୍କବାଦୀଙ୍କ କାର୍ୟ୍ୟକଳାପକୁ ଲକ୍ଷ୍ୟ କରି ଆଜି ଡିଜିପି ଏକ ବୈଠକ ଡାକିଥିଲେ । ଏ ନେଇ ଏକ ନୂତନ ଗାଇଡ଼୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି । ଗାଇଡ଼ଲାଇନ୍‌ ଅନୁଯାୟୀ ସମସ୍ତ ହୋଟେଲ, ଲଜ, ଗେଷ୍ଟ ହାଉସରେ ସିସିଟିଭି ବାଧ୍ୟତାମୂଳକ କରିବା ସହ ପ୍ରବେଶ, ପ୍ରସ୍ଥାନ ଓ ପାର୍କିଂରେ ଏହାକୁ ବାଧ୍ୟତାମୂଳକ କରାଯାଇଛି । ସିସିଟିଭିରେ ଯେପରି ସ୍ପଷ୍ଟ ଚିତ୍ର ଆସୁଥିବା ସେନାଇ ହୋଟେଲେ ମାଲିକମାନେ ଧ୍ୟାନଦେବେ । ହୋଟେଲକୁ ଆସୁଥିବା ସମସ୍ତ ଅତିଥିଙ୍କର ପରିଚୟ ପତ୍ର ଯାଞ୍ଚ କରାଯିବା ସହିତ ରେଜିଷ୍ଟର୍‌ରେ ନାମ ପଂଜୀକୃତ କରାଯିବ । ଯଦି କୌଣସି ସନ୍ଦେହ ଉପୁଜେ ତୁରନ୍ତ ପୋଲିସକୁ ଜଣାଇବାକୁ ନିର୍ଦ୍ଦେଶ ହୋଇଛି ।
ଏତଦବ୍ୟତିତ ସମସ୍ତ ହୋଟେଲରେ ଅଗ୍ନିସୁରକ୍ଷା ଡ୍ରିଲ ହେବ । ହୋଟେଲରେ କାର୍ୟ୍ୟରତ କର୍ମଚାରୀଙ୍କ ତାଲିକା ଥାନାରେ ରହିବ । ବାର ଗୁଡିକ ଠିକ ସମୟରେ ବନ୍ଦ ହେବ । ସେହିଭଳି କେତକ ହୋଟେଲରେ ମସାଜ୍‌ ପାର୍ଲର ନାମରେ ଅନନୈତିକ କାର୍ୟ୍ୟକଳାପ କରାଯାଏ । ତେଣୁ କୌଣସି ହୋଟେଲରେ ମାସାଜ ପାର୍ଲର ଓ ସ୍ପାକୁ ମଧ୍ୟ ଅନୁମତି ଦିଆଯିବନି । ଉପରୋକ୍ତ ନିୟମଗୁଡ଼ିକୁ କେହି ଅମାନ୍ୟ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା ।