ଓଡିଆନ୍ ନ୍ୟୁଜ

59

ପିଆଜ ରପ୍ତାନୀ ଉପରେ ନିଷେଧାଶ ଜାରି କରିଛି କେନ୍ଦ୍ର

Team Odian News |

ନୂଆଦିଲ୍ଲୀ: ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି।

ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ନିଷେଧାଶ ଜାରି କରିଛି କେନ୍ଦ୍ର। ୨୦୧୫ ତୁଳନାରେ ଏବେ ଦେଶର ପିଆଜ ଦାମ୍ ଅଧିକ ରହିଛି।ପିଆଜ ଦର କିଲୋ ପିଛା ୭୦ଟଙ୍କା ପାର୍‌ ହେବାପରେ ଲୋକେ ପିଆଜ ଖାଇବା ଛାଡ଼ି ଦେଇଛନ୍ତି।ସୂଚନାଯୋଗ୍ୟ, ଭୁବନେଶ୍ୱରରେ ପିଆଜ ଦର ୬୦ଟଙ୍କା ଛୁଇଁ ଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀରେ ପିଆଜ ଦାମ ୮୦ଟଙ୍କା ଛୁଇଁଥିଲା। ନିକଟରେ ଲଗାଣ ବର୍ଷା ଯୋଗୁ ନୂଆ ପିଆଜ ବଜାରକୁ ଆସିପାରି ନାହିଁ। ବର୍ଷା କାରଣରୁ ଅନେକ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏହାର ଫାଇଦା ନେଇ ଅନେକ ଅସାଧୁ ବ୍ୟବସାୟୀ କଳାବଜାରୀ ଆରମ୍ଭ କରିଥିଲେ ବୋଲି ଦେଖିବାକୁ ମିଳିଥିଲା। ଏମିତିକି ପିଆଜ ମଣ୍ଡିରେ ମଧ୍ୟ ବେଆଇନ୍‌ ଭାବରେ ବ୍ୟବସାୟୀ ଅଧିକ ପିଆଜ ମହଜୁଦ୍‌ ରଖୁଥିବା ଦେଖିବାକୁ ମିଳିଥିଲା।ଏମିତିକି ମଣ୍ଡିଗୁଡ଼ିକରେ ପିଆଜ ମହଜୁଦ୍ ବାବଦରେ ସରକାର ସୀମା ନିର୍ଦ୍ଧାରଣ କରିଥିବା ସୂଚନା ରହିଛି। ପିଆଜ ଚାଷରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟ ପ୍ରଦେଶରେ ନିକଟରେ ଲଗାଣ ବର୍ଷା ହୋଇଛି। ଏବେ ଯେଉଁ ପିଆଜ ବିକ୍ରି ହେଉଛି ତାହା ମଣ୍ଡିରେ ମହଜୁଦ ଥିବା ପିଆଜ। ଖରିଫ ଋତୁରେ ହୋଇଥିବା ପିଆଜ ଚାଷ ନଭେମ୍ୱରରେ ବଜାରକୁ ଆସିବ ବୋଲି ଜଣାପଡ଼ିଛି।