ଓଡିଆନ୍ ନ୍ୟୁଜ

96

ମା’ କଟକ ଚଣ୍ଡିଙ୍କ ପୀଠରେ ପାରମ୍ପରିକ ପୂଜା କଲେ କନିକାରାଜା ।

Team Odian News |

ମା’ କଟକ ଚଣ୍ଡିଙ୍କ ପୀଠରେ ପାରମ୍ପରିକ ପୂଜା କଲେ କନିକାରାଜା । 
କଟକ,୨୯ ।୯:  କଟକର ପ୍ରସିଦ୍ଧ ଅଧିଷ୍ଟାତ୍ରୀ ମା’ କଟକ ଚଣ୍ଡିଙ୍କ ପୀଠରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ନିଜର ବଂଶ ପରମ୍ପରା ଅନୁଯାୟୀ ରବିବାର ସ୍ୱତନ୍ତ୍ର ପୂଜାପାଠ କରିଛନ୍ତି  । ବର୍ତ୍ତମାନ ମା’ଙ୍କ ପୀଠରେ ଏବେ ପାର୍ବଣ ପାଇଁ ସ୍ୱତନ୍ତ୍ର ରୀତିନୀତି ଅନୁଯାଇ ପୂଜାପାଠ କରାଯାଇଛି  । ଏହି ମନ୍ଦିରର ଟ୍ରଷ୍ଟି ଭାବେ ତକ୍ରାଳୀନ କନିକାରାଜା ମାନେ ରହିଆସିଛନ୍ତି  । ଏହା ସହିତ କନିକା ରାଜାଙ୍କ ତତ୍ୱାବଧାନରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଛି  ।  ଏବେ କନିକାରାଜା ଶିବେନ୍ଦ୍ର ନାରାୟଣ ଟ୍ରଷ୍ଟି ରହିଛନ୍ତି  । ତାଙ୍କ ପୂର୍ବପୁରୁଷରୁ ମା’ଙ୍କ ସେବାରେ କନିକାରାଜ ବଂଶ ସେବାରେ କରି ଆସିଛନ୍ତି  ।