ଓଡିଆନ୍ ନ୍ୟୁଜ

25

ଅସହାୟ କେନ୍ଦ୍ରାପଡ଼ା ସାଂସଦ ଅନୁଭବ

Team Odian News |

ଅସହାୟ କେନ୍ଦ୍ରାପଡ଼ା ସାଂସଦ ଅନୁଭବ

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା। ପଡ଼ୋଶୀ ମନଜିତ ଦାସ ତାଙ୍କୁ ନିୟମିତ ହଇରାଣ କରୁଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି ସାଂସଦ । ଏ ନେଇ ସେ ଟ୍ୱିଟ କରିଛନ୍ତି।

ଏ ନେଇ ଅନୁଭବ ସମ୍ପୃକ୍ତ ଥାନାକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସହାୟତା କରିବାକୁ ସାଂସଦ ଅନୁରୋଧ କରିଛନ୍ତି।

ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ପୁରୀଘାଟ ଥାନା ଆଇଆଇସି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅନୁଭବ ଅଭିଯୋଗ କରିଛନ୍ତି।  ଏହି ଘଟଣାରେ ସେମାନେ ପରସ୍ପର ସହିତ ଜଡିତ ଅଛନ୍ତି ଯାହା ତାଙ୍କୁ ଦୁଃଖ ଦେଇଛି ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।  ଅନୁଭବ ଏହି ଘଟଣାର ସାକ୍ଷୀ ଥିବା ଜଣେ ଯୁବକଙ୍କ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ତେବେ ସମ୍ପୃକ୍ତ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟପକ୍ଷରେ ମନଜିତ ଅନୁଭବଙ୍କ ଅଭିଯୋଗର କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।  ସେ କହିଛନ୍ତି, ଅନୁଭବ ଯଦି ଲିଖିତ ଅଭିଯୋଗ କରନ୍ତି ତାହେଲେ ସେ ଏହାର ଜବାବ ଦେବେ।

ତେବେ ଅନୁଭବ ଥାନାକୁ ନ ଯାଇ କିମ୍ବା ପୁଲିସ୍‌ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ ନ କରି କାହିଁକି ସୋସିଆଲ୍‌ ମିଡିଆକୁ ଗଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Respected @cpbbsrctc Sir, there has been regular & serious allegations against a particular guy who is unfortunately my neighbour. I’m standing infront Of my house & trying my best to contact concerned PS but no action yet. Please help

 

I was misbehaved by the IIC Purighat. It really hurts the way they are interconnected.