ଓଡିଆନ୍ ନ୍ୟୁଜ

38

ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ ପରେ ପେନ୍‌ରାଶି ନେବାକୁ ମନା କରିଦେଲେ ପତ୍ନୀ ସଂଗୀତା ଜେଟ୍‌ଲୀ

Team Odian News |

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିବଂଗତ ଅରୁଣ ଜେଟ୍‌ଲୀଙ୍କ ପତ୍ନୀ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କେଶ ନାଇଡୁଙ୍କୁ ପତ୍ର ଲେଖି ପେନ୍‌ସନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଅରୁଣ ଜେଟ୍‌ଲୀଙ୍କ ପତ୍ନୀ ସଂଗୀତା ଜେଟ୍‌ଲୀ ପତ୍ର ଲେଖି ତାଙ୍କ ପେନ୍‌ସନ ରାଶିକୁ ରାଜ୍ୟସଭାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦେଇ ଦେବା ପାଇଁ କହିଛନ୍ତି।ପରିବାର ଲୋକ ଜଣାଇଛନ୍ତି ଯେ ଅରୁଣ ଜେଟ୍‌ଲୀଙ୍କ ପରୋପକାରୀ ଗୁଣ ହେତୁ ସେମାନେ ତାଙ୍କ ପ୍ରାପ୍ୟକୁ ପରର ହିତ କାର୍ଯ୍ୟରେ ଲଗାଇବାକୁ ଚାହାନ୍ତି।ଅରୁଣ ଜେଟ୍‌ଲୀ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ଅଗଷ୍ଟ ୨୪ ତାରିଖରେ ଦିଲ୍ଲୀ ଏମ୍‌ସ ହସ୍ପିଟାଲ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଅଗଷ୍ଟ ୯ ତାତିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।ସବୁ ପ୍ରକାରର ହିସାବ ପରେ ଅରୁଣ ଜେଟ୍‌ଲୀଙ୍କୁ ୫୦ ହଜାର ପେନ୍‌ସନ ମିଳିଥାନ୍ତା। ତାଙ୍କର ଅଧା ହିସାବରେ ପରିବାରକୁ ମିଳିଥାନ୍ତା ୨୫ ହଜାର ଟଙ୍କା। ମାତ୍ର ତାଙ୍କ ପତ୍ନୀ ଉକ୍ତ ୨୫ ହଜାର ଟଙ୍କା ନେବାକୁ ମନା କରି ଦେଇଛନ୍ତି।