ଓଡିଆନ୍ ନ୍ୟୁଜ

15

କାଲିଠାରୁ ପ୍ଲାଷ୍ଟିକ୍ ବ୍ୟାନ୍

Team Odian News |

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପ୍ଲାଷ୍ଟିକ୍ ବ୍ୟାନ ହୋଇଯିବ। ରାଜ୍ୟର ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍ କରିଛନ୍ତି ସରକାର। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ପୂରାପୂରି ଭାବେ ବ୍ୟାନ୍‌ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ସଚିବ।

କେହି ଏପରି ପଲିଥିନ ତିଆରି କିମ୍ବା ବିକ୍ରି କରିପାରିବେ ନାହିଁ। ଏହାଦ୍ୱାରା ୨ ଶହ ମିଲିଲିଟରର ପାଣି ବୋତଲ୍ ମଧ୍ୟ ବିକ୍ରି ବନ୍ଦ ହୋଇଯିବ। ସେହିପରି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ଯଥା-କପ୍ ପ୍ଲେଟ୍, ଚାମଚ, ବାଉଲ୍, ଗ୍ଲାସ୍ ଭଳି ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଯାଇଛି।ଯଦି କୌଣସି ପ୍ରତିଷ୍ଠାନ ପଲିଥିନ୍ ପ୍ରସ୍ତୁତି କରିବାକୁ କିମ୍ବା ବ୍ୟବହାର କରିବାକୁ ଚାହିଁବେ ତେବେ ୫୦ ମାଇକ୍ରୋନ୍ରୁ ଅଧିକ ମୋଟେଇର ପଲିଥିନ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ଗାନ୍ଧି ଜୟନ୍ତୀରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆହ୍ୱାନ ଦେଇଥିଲେ।