ଓଡିଆନ୍ ନ୍ୟୁଜ

54

ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ମାମଲାରେ ସରକାରଙ୍କୁ ୨୮ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ

Team Odian News |

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲାର ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି। ଶୁଣାଣିରେ କେନ୍ଦ୍ର ସରକାରଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ୩୭୦ ଧାରା ଉଚ୍ଛେଦ ନେଇ ଜବାବ ଦେବାକୁ କେନ୍ଦ୍ର ୪ ସପ୍ତାହ ମହଲତ ମାଗିଥିଲେ। ଏହାକୁ ସର୍ବୋଚ୍ଚ ଅଦାଲାତ ମଞ୍ଜୁରୀ ଦେଇଛନ୍ତି। ମାମଲାରେ ସମସ୍ତ ପକ୍ଷଙ୍କ ତରଫରୁ ଦାୟର ମାମଲାର ଜବାବ ପାଇଁ ୪ ସପ୍ତାହ ମହଲତ ଦେଇଛନ୍ତ୍ରି କୋର୍ଟ। ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।  ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇ ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିସ ଏନ.ଭି. ରମଣଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କୁ ଦାୟିତ୍ୱ ଦେଇଛନ୍ତି। ଅଗଷ୍ଟ ୫ ତାରିଖରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପରେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଅନେକ ମାମଲା ଦାୟର ହୋଇଛି।