ଓଡିଆନ୍ ନ୍ୟୁଜ

174

ଆସନ୍ତା ୧୩ରେ ବନ୍ଦ ରହିବ ୫୪ ହଜାର ପେଟ୍ରୋଲ ପମ୍ପ

Team Odian News |

ଆସନ୍ତା ୧୩ରେ ବନ୍ଦ ରହିବ ୫୪ ହଜାର ପେଟ୍ରୋଲ ପମ୍ପ
ମୁମ୍ବାଇ,୭/୧୦(ଓଡ଼ିଆନ୍ ନ୍ୟୁଜ୍ ଟିମ୍):  ଏକାଧିକ ଦାବି ନେଇ ଆସନ୍ତା ଅକ୍ଟୋବର ୧୩ରେ ଦେଶର ୫୪ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ। ପେଟ୍ରୋଲ ପମ୍ପ ସଙ୍ଘ ପକ୍ଷରୁ ଶନିବାର ଏହି ବନ୍ଦ ଡାକରା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ପେଟ୍ରୋଲ ପମ୍ପର ମାଲିକମାନେ ଏଭଳି ବନ୍ଦ ଡାକରା ଦେଇଛନ୍ତି।

ଫେଡେରେସନ ଅଫ ମହାରାଷ୍ଟ୍ର ପେଟ୍ରୋଲ ଡିଲରର୍ସ ଆସୋସିଏସନ୍‌(ଫେମପେଡା) ସଭାପତି ଉଦୟ ଲୋଧ କହିଛନ୍ତି, ୟୁନାଇଟେଡ ପେଟ୍ରୋଲ ଫ୍ରଣ୍ଟର ଏକ ଯୁଗ୍ମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୬ ନଭେମ୍ବର ୪ରେ ଉପସ୍ଥାପନ କରାଯାଇଥିବା ଦାବି ପୂରଣ ହୋଇ ନ ଥିବାରୁ ଅକ୍ଟୋବର ୧୩ରେ ଦେଶବ୍ୟାପୀ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ଦୈନନ୍ଦିନ ପେଟ୍ରୋଲ ଦର ପରିବର୍ତ୍ତନ ହେଉଥିବାରୁ ଗ୍ରାହକ ଓ ଡିଲରଙ୍କୁ କ୍ଷତି ସହିବାକୁ ପଡୁଛି। ସେ କହିଛନ୍ତି ଦାବି ପୂରଣ ନ ହେଲେ ଅକ୍ଟୋବର ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ହେବ।