ଓଡିଆନ୍ ନ୍ୟୁଜ

50

ଜିଓ ଫୋନକୁ କିଣିପାରିବେ ମାତ୍ର ୬୯୯ ଟଙ୍କାରେ

Team Odian News |

ମୁମ୍ବାଇ: ଦୀପାବଳିକୁ ଆଖି ଆଗରେ ରଖି ଜିଓ ପକ୍ଷରୁ ଆଜି ଏହାର ଅଫର ଘୋଷଣା କରାଯାଇଛି | ଏହି ନୂଆ ଅଫର ଫଳରେ ଆପଣ ଜିଓ ଫୋନକୁ ମାତ୍ର ୬୯୯ ଟଙ୍କାରେ କିଣିପାରିବେ| ବର୍ତ୍ତମାନ ଏହି ଫୋନର ମୂଲ୍ୟ ୧୫୦୦ ଟଙ୍କା ହୋଇଥିବାବେଳେ ଦୀପାବଳି ପାଇଁ ଏହି ଫୋନକୁ ମାତ୍ର ୬୯୯ ଟଙ୍କା ଦେଇ କିଣିହେବ | ଏଥିପାଇଁ ଆପଣଙ୍କୁ କୌଣସି ପୁରୁଣା ଫୋନ ବଦଳେଇବାକୁ ପଡିବ ନାହିଁ | ଏହି ଫୋନରେ ଆପଣ ସିଧାସଳଖ ୮୦୦ ଟଙ୍କାର ଫାଇଦା ପାଇପାରିବେ | ଏହି ଫୋନରେ ଆପଣ ଗୁଗୁଲ ସହ ହ୍ଵାଟ୍ସଆପ ମଧ୍ୟ ଚଳାଇପାରିବେ | କେବଳ ଏତିକି ନୁହେଁ ଆପଣ ଏହି ଫୋନ କିଣିବା ଦ୍ୱାରା ଉପଭୋକ୍ତାଙ୍କୁ ଜିଓ ପକ୍ଷରୁ ୭୦୦ ଟଙ୍କାର ଡାଟା ମଧ୍ୟ ମିଳିବ |କିନ୍ତୁ ଏଥିପାଇଁ ଆପଣଙ୍କୁ ରିଚାର୍ଜ କରିବାକୁ ପଡିବ | ପ୍ରଥମ ୭ଟି ରିଚାର୍ଜ ପରେ ଜିଓ ପକ୍ଷରୁ ଉପଭୋକ୍ତାଙ୍କ ଆକାଉଣ୍ଟରେ ୯୯ ଟଙ୍କାର ଡାଟା ଦିଆଯିବ | ଜିଓ ପକ୍ଷରୁ କୁହାଯାଇଛି ଯେ କେବଳ ଜିଓ ଫୋନ କିଣିବା ଦ୍ୱାରା ଏହି ଅଫର ମିଳିବ |