ଓଡିଆନ୍ ନ୍ୟୁଜ

248

ଆଜିଠାରୁ ଘରୋଇ ରନ୍ଧନ ଗ୍ୟାସ୍‌ମୂଲ୍ୟରେ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି

Team Odian News |

ନୂଆଦିଲ୍ଲୀ:ଆଜିଠାରୁ କେନ୍ଦ୍ର ସରକାର  ଘରୋଇ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ ସିଲିଣ୍ଡର ପିଛା ୧୫ ଟଙ୍କାର ବୃଦ୍ଧି ଘଟାଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦରରେ ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ଘଟିବା ପରେ କେନ୍ଦ୍ର ସରକାର ୧୪ କିଲୋ ବିଶିଷ୍ଟ ଅଣ ସବସିଡ଼ି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ ୧୫ ଟଙ୍କାର ବୃଦ୍ଧି ଘଟାଇଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ (ଅକ୍ଟୋବର ୧ ତାରିଖରୁ) ସମଗ୍ର ଦେଶରେ ଲାଗୁ ହୋଇ ଯାଇଛି। ଘରୋଇ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ ସିଲିଣ୍ଡର ପିଛା ୧୫ ଟଙ୍କାର ବୃଦ୍ଧି ଘଟିବା ପରେ ଏବେ ଦିଲ୍ଲୀରେ ସିଲିଣ୍ଡର ପିଛା ଦର ୬୦୫ ଟଙ୍କା ହୋଇ ଯାଇଥିବା ବେଳେ କୋଲକାତାରେ ୬୩୦ ଟଙ୍କା, ମୁମ୍ବାଇରେ ୫୭୪.୫୦ ଟଙ୍କା ଓ ଚେନ୍ନାଇରେ ୬୨୦ ଟଙ୍କା ହୋଇ ଯାଇଛି।୩୦ ଦିନ ମଧ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌ ମୂଲ୍ୟରେ କେନ୍ଦ୍ର ସରକାର ଦ୍ୱିତୀୟ ଥର ପାଇଁ ଏହି ବୃଦ୍ଧି ଘଟାଇଛନ୍ତି। ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ମଧ୍ୟ କେନ୍ଦ୍ର ସରକାର ଘରୋଇ ରନ୍ଧନ ଗ୍ୟାସର ସିଲିଣ୍ଡର ପିଛା ଦରରେ ୧୫.୫୦ ଟଙ୍କାର ବୃଦ୍ଧି ଘଟାଇଥିଲେ।