ଓଡିଆନ୍ ନ୍ୟୁଜ

19

ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ଡିଜି ଯୋଗେଶ ଚନ୍ଦ୍ର ମୋଦି

Team Odian News |

ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି। ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ଦିଆଯିବ ପ୍ରଶିକ୍ଷଣ। ଏନଆଇଏ ଡିଜିଙ୍କ ସହ ମଧ୍ୟ ବରିଷ୍ଠ ଅଧିକାରୀ ଆସୁଛନ୍ତି।ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡିଶା ରହିଛି।କେନ୍ଦ୍ର ଗୋଇନ୍ଦା ବିଭାଗ ମଧ୍ୟ ଏନେଇ ରିପୋର୍ଟ ଦେଇଛନ୍ତି। ଏପରିକି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଲିଙ୍କ୍‌ରେ ଅବଦୁର୍‌ ରହମାନ ଏବଂ ରାଉରକେଲାର ଏକାଧିକ ଅପରାଧୀ ଗିରଫ ହୋଇଛନ୍ତି। ଏନ୍‌ଆଇଏ ଅଧିକାରୀମାନେ ଆତଙ୍କବାଦ କାର୍ଯ୍ୟକଳାପ ଓ ଏହାର ମାମଲା କିଭଳି ତଦନ୍ତ କରାଯିବ ସେନେଇ ଓଡିଶା ପୋଲିସକୁ ପ୍ରଶିକ୍ଷଣ ଦେବେ।  ଏଦୃଷ୍ଟିରୁ କର୍ମଶାଳା ବହୁ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଓଡିଶାର ଐତିହ୍ୟ ଓ ମନ୍ଦିରମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିହେବ  ତାହା ଉପରେ ପୁଲିସକୁ ଦିଆଯିବ ପ୍ରଶିକ୍ଷଣ |ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏହି ଟ୍ରେନିଂ ଦିଆଯିବା ବେଳେ ବରିଷ୍ଠ ଅଧିକାରୀ ସାମିଲ ହେବେ।