ଓଡିଆନ୍ ନ୍ୟୁଜ

128

ମହାତ୍ମା ଗାନ୍ଧୀଙ୍କ ସହ ପୂଜା ପାଇଲେ ରଘୁ ମାଳି ।

Team Odian News |

ମହାତ୍ମା ଗାନ୍ଧୀଙ୍କ ସହ ପୂଜା ପାଇଲେ ରଘୁ ମାଳି  । 
କେନ୍ଦ୍ରାପଡ଼ା : ଆଜି ସାରା ରାଜ୍ୟରେ ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ  । ଜାତିରପିତା ମହାତ୍ମାଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ର ଜାଗୁଳାଇପଡ଼ାରେ ରହିଥିବା ଗାନ୍ଧୀ ଏବଂ ଗାନ୍ଧୀ ସେବକ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ନିହାରା ଢ଼ଙ୍ଗରେ ଗାନ୍ଧୀରଘୁ ସ୍ମୃତି କମିଟି, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଛନ୍ତି  । ଗାନ୍ଧୀ ଓ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଅତିଥିମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମକୁ ଛାତ୍ର ଛାତ୍ରୀମାନେ ଗାନକରି ଗ୍ରାମପରିକ୍ରମା କରିଥିଲେ । ଏହା ସହିତ ଧୂପ, ଦୀପ ଏବଂ ଚନ୍ଦନ ଦେଇ ଦୁଇ ମହାନ ପୁରୁଷଙ୍କୁ ସ୍ମରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  ।  ଜାଏମାଳବ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ସ୍ନିଗ୍ଧାମୟୀ ନାୟକ, ସେଫାଳୀ କୁମାରୀ ନାୟକ, ଦୁର୍ଯ୍ୟେଧନ ସ୍ୱାଇଁ, ମମତା ଦାସ, ଅବସରପ୍ରାପ୍ତ ସୈନିକ ଅକ୍ଷୟ କୁମାର ନାଥ ଏବଂ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଦାଶ ଯୋଗଦେଇ ଗାନ୍ଧୀ ଏବଂ ରଘୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ୍‍ କରିଥିଲେ । ଗାନ୍ଧୀ-ରଘୁ ସ୍ମୃତି କମିଟୀର ସଂପାଦକ ଶୁଭ୍ରାଂଶୁ  ସୂତାର  ଗାନ୍ଧୀ ଓ ରଘୁଙ୍କ ସଂପର୍କ ସହିତ ଗାନ୍ଧୀହତ୍ୟାର ଏକମାତ୍ର ସାକ୍ଷୀ ରଘୁଙ୍କ ସ୍ମୃତିପୀଠ ଅବହେଳିତ ହୋଇପଡ଼ିଥିବା ନେଇ ଉଦ୍‍ବେଗ ପ୍ରକାଶ କରିଥିଲେ । ଏ ଦିଗରେ  ଦିବସରେ ଗାନ୍ଧୀସେବକ ରଘୁନାୟକଙ୍କ ବୀରତ୍ୱ କଥାକୁ  କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସ୍ମୃତିଚାରଣ ସହିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାନଯିବା ଘଟଣାକୁ ନେଇ  ବିଜେପି ରାଜ୍ୟ ଉପସଭାପତି ତଥା ଅଧ୍ୟାପକ ଭୁବନମୋହନ ଜେନା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି  ।  ଶ୍ରୀଜେନା ଏବଂ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ମଧ୍ୟ ଗାନ୍ଧୀ ଏବଂ ରଘୁଙ୍କ ମିଳିତ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  । ଆଜି ଭଳି ଦିନରେ ରାଜ୍ୟ ସରକାର ଜଣେ ଓଡ଼ିଆ ଗାନ୍ଧୀ ସେବକଙ୍କ ପ୍ରତି ଅଣଦେଖା କରିଥିବାର ଅଭିଯୋଗ କରିଛନ୍ତି  । ପ୍ରକାଶଥାଉକି ଆତତାୟୀ ନାଥୁରାମର ବନ୍ଧୁକ ଗୁଳିରେ ଟଳିପଡ଼ିଥିଲେ ଗାନ୍ଧୀ । ଆଉ ସେହି ସମୟରେ ବିରଳାଭବନର ମାଳି ଓଡ଼ିଆ ପୁଅ ରଘୁ ନାୟକ ବୀରତ୍ୱର ସହିତ ନାଥୁରାମଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ । ଗାନ୍ଧିଜୀଙ୍କୁ ତକ୍ରାଳ କୋଳକୁ ଟେକିନେଇଥିଲେ, ରଘୁ । ଗାନ୍ଧୀ ସେବକ ରଘୁ ନାୟକଙ୍କ କୋଳରେ ମଥା ରଖି ‘ହେ-ରାମ’କହି ଏ ଜାତିର ଚିର ନମସ୍ୟ ମହାତ୍ମା ଗାନ୍ଧୀ ତ୍ୟାଗ କରିଥିଲେ ଶେଷ ନିଃଶ୍ୱାସ । ରଘୁଙ୍କ ବୀରତ୍ୱ ଓ ସାହାସିକତା ପାଇଁ ତକ୍ରାଳୀନ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ମିଳିଥିଲା ୫୦୦ଟଙ୍କାର ପୁରସ୍କାର ସହିତ ଏକ ସନନ୍ଦପତ୍ର । ଏହା ଭିତରେ ବିତିଯାଇଥିଲା ଅନେକ ବର୍ଷ । ସେ ବିରଳା ଭବନର ମାଳି ଥିଲେ  । ହେଲେ ରଘୁ ନାଥଙ୍କୁ ଜୀବିତ ଅବସ୍ଥାରେ ଓଡ଼ିଆ ଜାତି ଦେଇପାରିଲାନି ସମ୍ମାନ । ଆର୍ଥିକ ଅନଟନ ମଧ୍ୟରେ ୧୩ ଅଗଷ୍ଟ ୧୯୮୩ ମସିହାରେ ୭୨ ବର୍ଷ ବୟସରେ ରୋଗଶର୍ଯ୍ୟାରେ ପଡ଼ି ପଡ଼ି ତାଙ୍କର ମୃତ୍ୟୁହୋଇଥିଲା । ୨୦୦୫ ମସିହାରେ ଏକ ଖବର କାଗଜରେ ଅବହେଳିତ ରଘୁଙ୍କ ସଂପର୍କରେ  ପାଠ କରି ଜର୍ମାନୀର ଏକ ଅଟୋମୋବାଇଲ କମ୍ପାନୀ ଡ଼ାମଲରଖ୍ରୀସଲରର ମୁଖ୍ୟ ବର୍ଣ୍ଣ ଆଡ୍‍ଲର ରଘୁଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ର ଜାଗୁଳାଇପଡ଼ା ଗ୍ରାମରେ ପହଞ୍ଚିଥିଲେ । ବିଦେଶୀ ଗାନ୍ଧୀପ୍ରେମୀ ଜାଗୁଳାଇପଡ଼ା ଗ୍ରାମରେ ଗାନ୍ଧୀ-ରଘୁଙ୍କ ମିଳିତ ପ୍ରତିମୂର୍ତ୍ତ ପ୍ରତିଷ୍ଠା କରିଥିଲେ ।