ଓଡିଆନ୍ ନ୍ୟୁଜ

188

ଦଶହରା ଛୁଟିରେ କେବଳ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍‌ କରିପାରିବେ।

Team Odian News |

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି ସେମାନେ ଅକ୍ଟୋବର ୫ ଓ ୭ରେ ଗାଡ଼ିର ରେଜିଷ୍ଟ୍ରେସନ୍‌ କରିପାରିବେ। ଏହି ୨ ଦିନ ଆର୍‌ଟିଓ ଅଫିସ ଗୁଡ଼ିକ ଅପରାହ୍ଣ ୩ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ସତ୍ତ୍ବେ ଶନିବାର ଓ ସୋମବାର ଦିନ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟ ଖୋଲାରହିବ। ପାର୍ବଣ ସମୟ ଯୋଗୁଁ ପ୍ରାୟ ସମସ୍ତ ଗାଡ଼ି ସୋ-ରୁମ୍‌ ମାଲିକମାନେ ଆକର୍ଷଣୀୟ ଅଫର ରଖୁଛନ୍ତି। ଏଥିପାଇଁ ଏହି ସମୟରେ ଗାଡ଼ି କିଣା ହାର ବୃଦ୍ଧି ପାଇବ।  ବିନା ରେଜିଷ୍ଟ୍ରେସନ୍‌ରେ ଯେପରି ଗାଡି ବିକ୍ରି ନ ହୁଏ ସେ ନେଇ ଡିଲର୍‌ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅକ୍ଟୋବର ୫ରୁ ୮ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ଥିବାରୁ ଏହି ଦିନରେ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବନି।ଏପରିକି ଡିଲରମାନେ ଯେପରି ବିନା ପଞ୍ଜିକରଣରେ କୌଣସି ଗାଡ଼ି ବିକ୍ରି ନକରନ୍ତି, ତାହା ତଦାରଖ କରିବାକୁ ଆର୍‌ଟିଓମାନଙ୍କୁ କୁହାଯାଇଛି।ଏହି ସମୟରେ ଯେଉଁମାନେ ନୂଆ ଗାଡ଼ି କିଣିଥିବେ ସେମାନେ ପଞ୍ଜୀକରଣ ବା ରେଜିଷ୍ଟ୍ରେସନ୍‌ କରିପାରିବେ।