ଓଡିଆନ୍ ନ୍ୟୁଜ

34

ଭାରତ ଖୋଲା ମଳମୁକ୍ତ ଦେଶ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା

Team Odian News |

ଅହମ୍ମଦାବାଦ :ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଭାରତ ଖୋଲା ମଳମୁକ୍ତ ଦେଶ ବୋଲି  ଘୋଷଣା କରିଛନ୍ତି। ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାବରମତୀ ଆଶ୍ରମରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତାଙ୍କ ସରକାର ୬୦ ମାସରେ ଦେଶର ୬୦ କୋଟି ଲୋକଙ୍କୁ ପାଇଖାନା ଯୋଗାଇ ଦେବାକୁ ସମର୍ଥ ହୋଇଛନ୍ତି। ଏହାକୁ ସମଗ୍ର ବିଶ୍ବ ସ୍ବୀକାର କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୦୧୪ରେ ‘ସ୍ବଚ୍ଛ ଭାରତ ମିସନ’ ଅଭିଯାନ ଆରମ୍ଭ ହେବାବେଳେ ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଭାରତ ଖୋଲା ମଳମୁକ୍ତ ଦେଶରେ ପରିଣତ ହେବ ବୋଲି ମୋଦୀ ଘୋଷଣା କରିଥିଲେ। ଆଜି ଏଭଳି ଏକ ବିରାଟ ଆହ୍ବାନ ସତ୍ୟରେ ପରିଣତ ହୋଇପାରିଛି ଏବଂ ଏଭଳି ଏକ ସଫଳତାରେ ସାରା ବିଶ୍ବ ବିସ୍ମିତ ହୋଇଛି ବୋଲି ମୋଦୀ କହିଛନ୍ତି|