ଓଡିଆନ୍ ନ୍ୟୁଜ

14

ମଠମନ୍ଦିର ଭାଙ୍ଗିବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ

Team Odian News |

ପୁରୀ: ଶ୍ରୀମନ୍ଦିର ନିକଟରେ ଚାଲିଥିବା ଉଚ୍ଛେଦ ଅଭିଯାନ ସଂକ୍ରାନ୍ତରେ ଅକ୍ଟୋବର ୨୨ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ କହିଛନ୍ତି। ଆଜି ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ଶୁଣାଣି କରିବା ସହ ରାଜ୍ୟ ସରକାର ଐତିହ୍ୟସମ୍ପନ୍ନ ମଠ ତଥା ସେଭଳି ପ୍ରାଚୀନ ଅଟ୍ଟାଳିକା ଭାଙ୍ଗିବା ପୂର୍ବରୁ  ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି| ବର୍ତ୍ତମାନ ସୁଦ୍ଧା ହୋଇଥିବା ଉଚ୍ଛେଦର ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।  ବିଶେଷକରି ସବୁ ପକ୍ଷଙ୍କୁ ସାଥୀରେ ନେଇ ଚାଲିବା ସହ ଧର୍ମୀୟ ମୁଖ୍ୟଙ୍କ ସହ ଆଲୋଚନା କଲେ ଭଲ ବୋଲି କୋର୍ଟ ପରାମର୍ଶ ଦେଇଥିବା ଶୁଶାଣି ପରେ ଏଜି ଅଶୋକ ପରିଜା କହିଛନ୍ତି।

ତେବେ ସବୁ କିଛି ଆଇନ ଅନୁସାରେ କରାଯାଉଥିବା କୋର୍ଟଙ୍କୁ ଜଣାଯାଇଥିବା ଏଜି କହିଛନ୍ତି। ଆମେ ନିଜ ପକ୍ଷରୁ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ କହିଥିଲୁ। ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ ଷ୍ଟାଟସ ରିପୋର୍ଟ ଦେବୁ ବୋଲି ଏଜି କହିଛନ୍ତି।ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ ତାରିଖରେ ହେବ। ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।