ଓଡିଆନ୍ ନ୍ୟୁଜ

12

ତିନି ମହଲା କୋଠାରେ ବିସ୍ଫୋରଣ

Team Odian News |

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରେ  ବିସ୍ଫୋରଣ ହୋଇଛି। ଏଥିରେ ଘରର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଏହି ବିସ୍ଫୋରଣ ହୋଇଛି।

ବାଲେଶ୍ୱର: ଆଜି ସକାଳେ  ବାଲେଶ୍ବର ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ତିନି ମହଲା କୋଠାର ଉପର ମହଲାରେ ବିସ୍ଫୋରଣ ଘଟିଥବା ଜଣାଯାଇଛି। ସବାଉପର ମହଲାରେ ଶ୍ରୀଧର ମହାନ୍ତି ନାମକ ଜଣେ ମାର୍ବଲ ମିସ୍ତ୍ରୀ ରହୁଥିଲେ ।ଏହି ଅଘଟଣ ପରେ ସେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।ଏଥିରେ ଘରର କାନ୍ଥ ଭାଙ୍ଗି ଛିନ୍‌ଛତ୍ର ହୋଇପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଏହି ବିସ୍ଫୋରଣ ହୋଇଛି।

ଆଜି ସକାଳେ ବାଲେଶ୍ବର ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁରର ଏକ ଘରେ ଜୋରଦାର ଶବ୍ଦ ହୋଇଥିଲା । ଏହା ଶୁଣି ସ୍ଥାନୀୟ ଲୋକେ ସେହି ବିସ୍ଫୋରଣସ୍ଥଳୀ ନିକଟକୁ ଆସିଥିଲେ । ଗୋଟିଏ ଘରେ ଏହି ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଘରର ତୃତୀୟ ମହଲା ଛାତଟି ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହାପରେ ଲୋକେ ପୋଲିସକୁ ଖବର ଦେଇଥିଲେ ।  ତେବେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣର କାରଣ ସଂପର୍କରେ କୌଣସି ସଠିକ୍ କାରଣ ଏଯାବତ୍ ହସ୍ତଗତ ହୋଇନାହିଁ। ତେବେ ଏସଂପର୍କରେ ସୂଚନାପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।