ଓଡିଆନ୍ ନ୍ୟୁଜ

10

ନିର୍ବାଚନ ଲଢ଼ିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ

Team Odian News |

ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ| ସେ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଫଳରେ ତାଙ୍କ ୪୫ ବର୍ଷ ରାଜନୀତି କ୍ୟାରିୟର ସମାପ୍ତ ହୋଇଛି। ନିର୍ବାଚନ ଲଢିବାକୁ ଆଉ ବୟସ ନାହିଁ, କିନ୍ତୁ ବଞ୍ଚିଥିବା ଥିବା ଯାଏ ଲୋକଙ୍କ ପାଇଁ ସେବା କରିବି ବୋଲି ସେ କହିଛନ୍ତି।ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ହେଲେ ସେଥିରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ନାଁ ନାହିଁ। ତାଲିକାରେ ତାଙ୍କ ନାଁ ନଥିବା ପ୍ରସଙ୍ଗର ଉତ୍ତର ସେ ରଖିଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ପୂର୍ବ କଥା, ନିର୍ବାଚନ ପର କଥା ଆକାଶପାତାଳ ତଫାତ୍‌। ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେପିର ନେତୃବୃନ୍ଦ ମତେ ଡାକି ଦଳରେ ସାମିଲ କରାଇଥିଲେ। ନିର୍ବାଚନ ପ୍ରଚାରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ। ଆଉ ନିର୍ବାଚନ ପରେ ମତେ ସେ(ବିଜେପି ନେତୃବୃନ୍ଦ) ପଚାରି ନାହାନ୍ତି। ବିଜେପୁରରେ ଉପନିର୍ବାଚନ ହେବ ବୋଲି ଖବରକାଗଜରୁ ପଢ଼ି ଜାଣିଲି। ଦଳ ତରଫରୁ ମତେ କେହି କହି ନାହାନ୍ତି। ଦଳର କୌଣସି ନୀତି ନିର୍ଦ୍ଧାରଣ ବା କାର୍ଯ୍ୟକାରୀ କମିଟିକୁ ମତେ ଡକାଯାଏ ନାହିଁ।’ଦାମ ଆହୁରି କହିଛନ୍ତି, ‘ ଏଭଳି ସ୍ଥିତିରେ ନିର୍ବାଚନ ଆଉ କେଉଁଠି ଲଢ଼ିବି? ମତେ ସେମାନେ(ବିଜେପି) ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପରାମର୍ଶ କରୁ ନାହାନ୍ତି କି ଡାକୁ ନାହାନ୍ତି। ଏପରିକି ମୋର ସମ୍ପୃକ୍ତି କି ଉପସ୍ଥିତିକୁ ଚାହୁଁ ନାହାଁନ୍ତି।’