ଓଡିଆନ୍ ନ୍ୟୁଜ

122

ବଲିଉଡର ଲୋକପ୍ରିୟ ସିନେମା ନିର୍ଦେଶକ କୁନ୍ଦନ ଶାହଙ୍କର ପରଲୋକ

Team Odian News |

ବଲିଉଡର ଲୋକପ୍ରିୟ ସିନେମା ନିର୍ଦେଶକ କୁନ୍ଦନ ଶାହଙ୍କର ପରଲୋକ
ମୁମ୍ବାଇ,୭/୧୦(ଓଡ଼ିଆନ୍ ନ୍ୟୁଜ୍ ଟିମ୍): ବଲିଉଡର ଲୋକପ୍ରିୟ ନିର୍ଦେଶକ କୁନ୍ଦନ ଶାହଙ୍କର ଶୁକ୍ରବାର ରାତିରେ ମୁମ୍ବାଇସ୍ଥିତ ବାସଭବନରେ ହୃଦଘାତରେ ମୃତ୍ୟୁ ହୋଇଛି। ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।୧୯୮୩ ମସିହାରେ ସେ “ଜାନେ ଭି ଦୋ ୟାରୋ” ସିନେମା ନିର୍ମାଣ କରିଥିଲେ। ସେହି ସମୟର ସାମାଜିକ ସ୍ଥିତିକୁ ନେଇ ଏହି ହାସ୍ୟ ରସାତ୍ମକ ଚଳଚିତ୍ର ନିର୍ମାଣ କରାଯାଇଥିଲା । ଏହି ଚଳଚିତ୍ର ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ ।

“ଜାନେ ଭି ଦୋ ୟାରୋ” ଚଳଚିତ୍ରରେ ନାସିରୁଦ୍ଦିନ ଶାହ, ରବି ବାସଓ୍ୱାନୀ, ଓମ ପୁରୀ , ପଙ୍କଜ କାପୁର, ସତୀଶ ଶାହ, ସତୀଷ କୌଶିକ, ଭକ୍ତି ବାର୍ଭେ ଓ ନୀନା ଗୁପ୍ତା ଅଭିନୟ କରିଥିଲେ । କୁନ୍ଦନ ଶାହ ୧୯୮୬ରୁ ୧୯୮୭ ପର୍ୟ୍ୟନ୍ତ ଦୂରଦର୍ଶନରେ ଚାଲିଥିବା ଲୋକପ୍ରିୟ ଧାରାବାହିକ “ନୁକଡ” ସହ ନିର୍ଦେଶକ ଭାବେ କାର୍ୟ୍ୟକରିଥିଲେ । ସେ ପୁନେସ୍ଥିତ ସିନେମା ଓ ଟିଭି ସଂସ୍ଥାନରୁ ନିର୍ଦେଶନାରେ ତାଲିମ ଗ୍ରହଣ କରିଥିଲେ ।ଶାହଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡର ବହୁ ନିର୍ଦେଶକ ଓ କଳାକାର ଟ୍ୱିଟରରେ ଶୋକ ପ୍ରକାଶ କରିଛନ୍ତି ।