ଓଡିଆନ୍ ନ୍ୟୁଜ

43

ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅମିତ ଶାହା

Team Odian News |

ନୂଆଦିଲ୍ଲୀ: ଗୁରୁବାର ଦିନ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ କୁକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦ୍‌ଘାଟନ କରିଛନ୍ତି।ଏହି ଟ୍ରେନ୍‌ ଚଳାଚଳ ଫଳରେ ଦିଲ୍ଲୀ ଓ କତ୍ରା ମଧ୍ୟରେ ଯାତ୍ରା ସମୟ ୧୨ ଘଣ୍ଟାରୁ ୮ ଘଣ୍ଟାକୁ ହ୍ରାସ ପାଇବ। ବନ୍ଦେ ଭାରତ ଏକ୍ସ୍‍ପ୍ରେସ୍‌ର ପ୍ରଥମ ବ୍ୟାବସାୟିକ ଚଳାଚଳ ଦିଲ୍ଲୀ ଓ କତ୍ରା ମଧ୍ୟରେ ଅକ୍ଟୋବର ୫ ତାରିଖ ଦିନ ଆରମ୍ଭ ହେବ। ଏଥିପାଇଁ ‘ଆଇଆର୍‌ସିଟିସି’ ଓ୍ଵବ୍‌ସାଇଟ୍‌ରେ ଟିକେଟ୍‌ ବୁକିଙ୍ଗ୍‌ ଆରମ୍ଭ ହୋଇଛି।

‘ବନ୍ଦେ ଭାରତ’ ଏକ୍ସ୍‍ପ୍ରେସ୍‌ ଲଞ୍ଚ୍‌ ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଲେ, ଜମ୍ମୁ ଓ କଶ୍ମୀରର ଉନ୍ନତି ଏବଂ ଧାର୍ମିକ ପର୍ଯ୍ୟଟନ ପ୍ରସାର କରାଇବାରେ ‘ବନ୍ଦେ ଭାରତ’ ଏକ୍ସ୍‍ପ୍ରେସ୍‌ ହେଉଛି ବଡ଼ ଉପହାର।  ଜମ୍ମୁ ଓ କଶ୍ମୀର ଉନ୍ନତି ପଥରେ ସବୁଠୁ ବଡ଼ ଅବରୋଧ ଥିଲା ଧାରା ୩୭୦। ୧୦ ବର୍ଷ ମଧ୍ୟରେ ଏହା ଅନ୍ୟତମ ଉନ୍ନତ ଅଞ୍ଚଳ ପାଲଟିଯିବ। ଦିଲ୍ଲୀ-କତ୍ରା ‘ବନ୍ଦେ ଭାରତ ଏକ୍ସ୍‍ପ୍ରେସ୍‌’ ଉଦ୍‌ଘାଟନୀ ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଲେ ଯେ ୨୦୨୨ ଅଗଷ୍ଟ ୧୫ ତାରିଖ ପୂର୍ବରୁ ରେଳବାଇ କଶ୍ମୀରରୁ କନ୍ୟାକୁମାରୀ ଯାଏଁ ଦେଶକୁ ସଂଯୋଗ କରିବ। ଟ୍ରେନ୍‌ ନମ୍ବର ୨୨୪୩୯ ନୂଆଦିଲ୍ଲୀ-କତ୍ରା ‘ବନ୍ଦେ ଭାରତ ଏକ୍ସ୍‍ପ୍ରେସ୍‌’ ସକାଳ ୬ଟାରେ ନୂଆ ଦିଲ୍ଲୀ ରେଳବାଇ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରି ଅପରାହ୍ଣ ୨ଟାରେ କତ୍ରାରେ ପହଞ୍ଚିବ