ଓଡିଆନ୍ ନ୍ୟୁଜ

140

ବରୁଣାଗ୍ରାମପଞ୍ଚାୟତ ଓଡ଼ିଶାରେ ଏକ ନମୁନା - ସଚିବ ଶୁଭା ଶର୍ମା

Team Odian News |

ବରୁଣାଗ୍ରାମପଞ୍ଚାୟତ  ଓଡ଼ିଶାରେ ଏକ ନମୁନା - ସଚିବ ଶୁଭା ଶର୍ମା
କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ ଅନ୍ତର୍ଗତ ବରୁଣା ଗ୍ରାମପଞ୍ଚାୟତକୁ ଓଡ଼ିଶାର ଏକ ଆଦର୍ଶ ଗ୍ରାମପଞ୍ଚାୟତ ବୋଲି ହାଣ୍ଡଲୁମ୍, ଟେଲ୍ଟାଟାଇଲ ଏବଂ ହାଣ୍ଡକ୍ରାପ୍ଟ୍ ବିଭାଗର କମିଶନର ଏବଂ ସଚିବ ଶୁଭା ଶର୍ମା ଗୁରୁବାର କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ମତବ୍ୟକ୍ତ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଫାଇପ୍ ଟି ଯୋଜନାରେ ପଞ୍ଚାୟତ ବିଭାଗ ପକ୍ଷରୁ ଉପାନ୍ତ ଅଞ୍ଚଳ ମାନଙ୍କରେ କିଭଳି ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି ସେ ସଂପର୍କରେ ତଦାରଖ କରିବା ପାଇଁ  କେନ୍ଦ୍ରାପଡ଼ା ଜିଲାପାଇଁ ନିଯୁକ୍ତ ନୋଡ଼ାଲ ଅଧିକାରୀ କମିଶନର ଏବଂ ସଚିବ  ଶ୍ରମତୀ ଶର୍ମା ଆଜି ବରୁଣା ଗ୍ରାମପଞ୍ଚାୟତରେ ପହଞ୍ଚିଥିଲେ  । ତାଙ୍କ ସହିତ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା, ପିଡ଼ି ଦିଲ୍ଲିପ୍ ପରିଡ଼ା ଏବଂ ରାଜକନିକା ବିଡ଼ିଓ ଡ଼ିଏସ୍ ଶୁଭଦର୍ଶନ ଯୋଶୀ ପ୍ରମୁଖ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ସରକାରୀ କାର୍ଯ୍ୟ ତଦାରଖ କରିଥିଲେ  । ବରୁଣା ଗ୍ରାମପଞ୍ଚାୟତ ସରପଞ୍ଚ ଉତମ ସେନାପତିଙ୍କ ସହିତ ପାଞ୍ଚଶହରୁ ଅଧିକ ଗ୍ରାମବାସୀ, ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ  । ପ୍ରଥମେ ସଚିବ ପାରିମକୁନ୍ଦପୁର-ବରୁଣା ରାସ୍ତାର ଉଭୟ ପାଶ୍ୱରେ ଲାଗିଥିବା ବୃକ୍ଷ ରୋପଣକୁ ଦେଖିଥିଲେ  । ଏହା ସହିତ ୨୦୧୯-୨୦ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ, ବିଜୁ ପକ୍କାଘର ଗୃହ ଏବଂ ପାଇଖାନା ନିର୍ମାଣ ତଦାରଖ କରିଥିଲେ  ।  ଏହା ସହିତ ପାନୀୟ ଜଳ, ସାଂସଦ ପାଣ୍ଠି ବିନିଯୋଗ, ଆମ ଗାଁ ଆମ ବିକାଶ, ଖେଳପଡ଼ିଆ, ମାର୍କେଟ୍ କମ୍ପେ୍ଲକ୍ସ, ଶବ ଦାହ ଗୃହ, ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର, ଏନ୍ଆର୍ଇଜିଏସ୍ରେ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ  । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ  । ଏହି ପଞ୍ଚାୟତକୁ ପରିଦର୍ଶନ କରିବା ପରେ ସେ ଖୁସି ପ୍ରକଟ କରି ସରପଞ୍ଚ ଏବଂ ବିଡ଼ିଓଙ୍କୁ  ଶୁଭେଚ୍ଛା ଜଣାଇଥିଲେ  ।  ସମିତି ସଭ୍ୟା ଉର୍ମିଳା ବେହେରା,  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ, ଜିଆର୍ଏସ୍ ସୁବାଶ ସାହୁ, ପୂର୍ବତନ ସରପଞ୍ଚ କିଶୋର ବାରିକ୍, ଅମର ବେହେରା, ମନୋଜ ପରିଡ଼ା, ଅଞ୍ଜନ ପାତ୍ର, ନିତ୍ୟାନନ୍ଦ ପାତ୍ର, ବଦ୍ରି ବାରିକ୍, ରାଧାକାନ୍ତ ବିଶ୍ୱାଳ ଏବଂ ପ୍ରମୋଦ ବେହୁରା ପ୍ରମୁଖ ଉପସ୍ଥିତ ରହିଥିଲେ  ।