ଓଡିଆନ୍ ନ୍ୟୁଜ

38

ପ୍ୟାରିସ୍‌ର ପୁଲିସ ମୁଖ୍ୟାଳୟରେ ୪ ଜଣ ପୁଲିସକର୍ମୀଙ୍କୁ ଜଣେ ପ୍ରଶାସକ ଛୁରୀ ଭୁସି ହତ୍ୟା

Team Odian News |

ନୂଆଦିଲ୍ଲୀ : ପ୍ୟାରିସ୍‌ରେ ଥିବା ପୁଲିସ ମୁଖ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ଜଣ ପୁଲିସକର୍ମୀଙ୍କୁ ଜଣେ ପ୍ରଶାସକ ଛୁରୀ ଭୁସି ହତ୍ୟା କରିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି । ଘଟଣାସ୍ଥଳରେ ୪ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗୁଳି କରି ହତ୍ୟା କରି ଦିଆଯାଇଛି ।ୟୁନିୟନର ଅଧିକାରୀ ଲୋଇକ୍‌ ଟ୍ରେଭର୍ସଙ୍କ କହିବା ଅନୁଯାୟୀ, ଆକ୍ରମଣ କରିଥିବା ଅଭିଯୁକ୍ତ କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । କାରଣ ପୂର୍ବରୁ ଅଭିଯୁକ୍ତଙ୍କର ଏଭଳି କୌଣସି ରୂପ ଦେଖିବାକୁ ମିଳି ନଥିଲା । ହଠାତ୍‌ ଅଭିଯୁକ୍ତଙ୍କ ଏଭଳି କାମ କରିବା ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ତେବେ ଏହି ଘଟଣାକୁ ନେଇ ଏବେ ଭିନ୍ନ ଭିନ୍ନ ମତ ଆସୁଥିବା ଦେଖିବାକୁ ମିଳିଛି ।ଏହି ଘଟଣା ପରେ ନିଜର ସମବେଦନା ଜଣାଇଛନ୍ତି ଫ୍ରାନ୍ସର ପୂର୍ବତନ ଗୃହମନ୍ତ୍ରୀ ଜେରାର୍ଡ କୋଲମ୍ବୋ।