ଓଡିଆନ୍ ନ୍ୟୁଜ

14

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଭୁବନେଶ୍ୱରରେ ଭାରି ଯାନ ଚଳାଚଳ ଉପରେ କଟକଣା ଜାରି

Team Odian News |

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଅଧିକ ସଂଖ୍ୟକ ଗାଡ଼ି ଚଳପ୍ରଚଳକୁ ନେଇ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‌ କମିଶନରେଟ୍‌ ପକ୍ଷରୁ କଟକଣା ଜାରି କରାଯାଇଛି। ଆଜିଠୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। କୌଣସି ପ୍ରକାରର ଭାରି ଯାନ ଏହି ସବୁ ରାସ୍ତାରେ ଏହି ଦିନ ଗୁଡ଼ିକରେ ଓ ଏହି ସମୟରେ ଚଳପ୍ରଚଳ କରିବା ପାଇଁ କଟକଣା ଜାରି କରାଯାଇଛି।

  • ଖଣ୍ଡଗିରି ଛକରୁ ଜାଗମରା, ଗଣ୍ଡମୁଣ୍ଡା ମଧ୍ୟଦେଇ ପୋଖରୀପୁଟ ଛକ ପର୍ଯ୍ୟନ୍ତ (ଉଭୟ ପାର୍ଶ୍ୱ)
  • ଜୟଦେବ ବିହାର ଛକ ଠାରୁ ଜାଭିୟର, କଳିଙ୍ଗ ହସ୍ପିଟାଲ୍‌, ଡମଣା, ପଟିଆ ଦେଇ ନନ୍ଦନକାନନ ପର୍ଯ୍ୟନ୍ତ (ଉଭୟ ପାର୍ଶ୍ୱ)
  • ଆଚାର୍ଯ୍ୟ ବିହାର ଛକ ଠାରୁ ନିକୋପାର୍କ, ପଟେଲ ମାର୍ଗ ଛକ, ହାଉସିଂ ବୋର୍ଡ, ରବୀନ୍ଦ୍ର ମଣ୍ଡପ, ଏ.ଜି. ଛକ ଦେଇ ନୂଆ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ (ଉଭୟ ପାର୍ଶ୍ୱ)…ଇତ୍ୟାଦି।

ଏହି ସବୁ ସ୍ଥାନକୁ ଛାଡ଼ି ଦେଲେ ମଧ୍ୟ ଅନ୍ୟ କିଛି ସ୍ଥାନମାନଙ୍କରେ ମଧ୍ୟ ଭାରି ଯାନ ଚଳାଚଳ ଉପରେ କଟକଣା ଲଗା ଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ପୁଲିସ୍‌ କମିଶନରେଟ୍‌ ପକ୍ଷରୁ କୁହାଯାଇଛି।